ସୋନପୁର(ରବୀନ୍ଦ୍ର ଦାସ): - ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାରେ ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ଖୋଲିବା ଦାବିରେ ଆଜି ଉଲୁଣ୍ଡା ବନ୍ଦ ଡାକରା ଦିଆଯାଇଛି। ଗତ ଏକ ସପ୍ତାହ ହେଲା ଏହି ଦାବିରେ ଉଲୁଣ୍ଡା ସଚେତନ ନାଗରିକ ମଞ୍ଚ ପକ୍ଷରୁ ତହସିଲ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା।ଏହାସତ୍ତ୍ୱେ ଏନେଇ କୌଣସି ପଦକ୍ଷେପ ନିଆନଯିବାରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ମଞ୍ଚ।
ଏହାକୁ ସମର୍ଥନ ଜଣାଇ ଆଜି ଉଲୁଣ୍ଡା ସଦର ମହକୁମାର ସମସ୍ତ ଦୋକାନ ବଜାର,ସରକାରୀ ବେସରକାରୀ ପ୍ରତିଷ୍ଠାନ ଏବଂ ବ୍ୟାଙ୍କ ବନ୍ଦ ରହିଛି। ସେହିପରି ସୋନପୁର ସମ୍ୱଲପୁର ରାସ୍ତାରେ ଉଲୁଣ୍ଡା ଦେଇ ଗାଡି ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ପୂର୍ବରୁ ମଧ୍ୟ ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ସେତେବେଳେ ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିଥିଲା।
ଦୀର୍ଘ ବର୍ଷ ପରେ ବି ଦାବୀ ପୂରଣ ନହେବାରୁ ଏବେ ପୁନର୍ବାର ଆନ୍ଦୋଳନ କରାଯାଉଛି। ଆଗକୁ ଦାବୀ ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତବାନୀ ଦେଇଛନ୍ତି ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆମ୍ବଟାକୁଆ ମୃତ୍ୟୁ ଅନାହାରଜନିତ ନୁହେଁ, ଫୁଡ୍ ପଏଜନିଂ ପାଇଁ ହୋଇଛି : ଖାଦ୍ୟଯୋଗାଣ ମନ୍ତ୍ରୀ
ଅନାହାର ଯୋଗୁ ଆମ୍ବଟାକୁଆ ଜାଉ ଖାଇବା ଘଟଣା ସମ୍ପୂର୍ଣ୍ଣ ମିଛ । ବିରୋଧୀ ଦଳ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି ।
Miscellaneous
ପାଠଶାଳାରେ ନୂଆ ବିଦ୍ୟାର୍ଥୀ: ରାଧିକା ଓ ଜଗୁ
ଗୋଠ ଛଡା ହେଉ ବା ଶିଶୁ ହାତୀକୁ ତାଲିମ ଦେବା ପାଇଁ କୁମାରଖୁଣ୍ଟିରେ ରହିଛି ପାଠଶାଳା। ଆସାମରୁ ଆସିଥିବା ମାହୁନ୍ତ ଓ ବିଶେଷଜ୍ଞମାନେ ହାତୀଙ୍କୁ ପାଠ ପଢ଼ାଉଛନ୍ତି।
Miscellaneous
ଗୁହାଳରେ ପଶି ବାଛୁରୀ ନେଇଗଲା ବାଘ!
ଉଦଳା ବନାଞ୍ଚଳ ଚଡଦା ଗାଁର ଶଙ୍କର ମାରାଣ୍ଡି ମଙ୍ଗଳବାର ରାତିରେ ନିଜ ଗୁହାଳରେ ବାଛୁରୀ ବାନ୍ଧି ଥିଲେ। କିନ୍ତୁ ଆଜି ସକାଳେ ଗୁହାଳରେ ବାଛୁରୀକୁ ପାଇନଥିଲେ। ବହୁ ଖୋଜା ଖୋଜି ପରେ ବିଲ ମଝିରେ ବାଛୁରୀର କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।
Crime
ଅଭିଯୁକ୍ତଙ୍କ ମୁହଁରେ କଳା ବୋଳିଲେ, ଜୋତା ମାଳ ପକାଇଲେ ନାବାଳିକା
ଗାଁ ଦାଣ୍ଡରେ ଅଭିଯୁକ୍ତ କୁହାଯାଉଥିବା ପ୍ରଶାନ୍ତଙ୍କ ମୁହଁରେ ପୀଡିତା ନାବାଳିକା କାଳା ବୋଳିଥିଲେ। ପରେ ତାଙ୍କ ବେକରେ ଜୋତା ମାଳ ପକାଇ ଥିଲେ। ତା’ପରେ ପ୍ରଶାନ୍ତଙ୍କ ବେକରେ ନାଗରା ଓ ଅଣ୍ଟାରେ ଦୌଡ଼ି ବାନ୍ଧି ଦେଲେ ଗାଁ ଲୋକ। ପରେ ପୂରା ଗାଁ ବୁଲାଇଲେ।