ସାର୍‌ ଖାଇଗଲେ ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ

ମାଲକାନଗିରି( ରତ୍ନାକର ପ୍ରଧାନ): ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳରେ ହେର୍‌ଫେର। ଖୋଦ୍‌ ସ୍କୁଲର ସାର୍‌ ଖାଇଗଲେ ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ। ଏଭଳି କିଛି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା କାଲିମେଳା ଆବାସିକ ବିଦ୍ୟାଳୟରୁ। ଏହି ଘଟଣାରେ ପ୍ରଧାନଶିକ୍ଷକଙ୍କ ସମେତ ୩ ଜଣଙ୍କୁ ପୁଲିସ ଗିରଫ କରିଛି। ପ୍ରଧାନଶିକ୍ଷକଙ୍କ ନିର୍ଦ୍ଦେଶରେ ରୋଷେୟା ଓ ପିଅନ ସ୍କୁଲ ଚାଉଳ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ପିଡିଏସ୍‌ ଚାଉଳ ଆସିବାର ଦିନେ ଦୁଇ ଦିନ ପରେ […]

Rice Scam

Madhupriya Mistry
  • Published: Tuesday, 16 November 2021
  • , Updated: 16 November 2021, 01:05 PM IST

ମାଲକାନଗିରି( ରତ୍ନାକର ପ୍ରଧାନ): ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳରେ ହେର୍‌ଫେର। ଖୋଦ୍‌ ସ୍କୁଲର ସାର୍‌ ଖାଇଗଲେ ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ। ଏଭଳି କିଛି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା କାଲିମେଳା ଆବାସିକ ବିଦ୍ୟାଳୟରୁ। ଏହି ଘଟଣାରେ ପ୍ରଧାନଶିକ୍ଷକଙ୍କ ସମେତ ୩ ଜଣଙ୍କୁ ପୁଲିସ ଗିରଫ କରିଛି।

ପ୍ରଧାନଶିକ୍ଷକଙ୍କ ନିର୍ଦ୍ଦେଶରେ ରୋଷେୟା ଓ ପିଅନ ସ୍କୁଲ ଚାଉଳ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ପିଡିଏସ୍‌ ଚାଉଳ ଆସିବାର ଦିନେ ଦୁଇ ଦିନ ପରେ ଯେପରି ଧରା ନପଡିବେ ସେଥିପାଇଁ ବାଇକରେ ଲଦି ଏହି ଚାଉଳ ବଜାରରେ ବିକ୍ରି କରାଯାଉଛି। ତେବେ ଏଭଳି ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ଚାଲିଆସୁଥିବା ଗାଁ ଲୋକେ କହିଛନ୍ତି। ଏନେଇ ଗ୍ରାମବାସୀ କାଲିମେଳା ୱେଲଫର ଏକ୍ସଟେନ୍ସନ ଅଫିସରଙ୍କ ନିକଟରେ ଅଭିଯୋଗ କରିଥିଲେ।

ଏହାପରେ ୱେଲଫର ଏକ୍ସଟେନ୍ସନ ଅଫିସର କାଲିମେଳା ଥାନାରେ ଏତଲା ଦେଇଥିଲେ।  ଏତଲାକୁ ଆଧାର କରି ଘଟଣାର ତଦନ୍ତ କରାଯାଉଛି। ପ୍ରଧାନଶିକ୍ଷକ ରମାକାନ୍ତ ବେହେରା, ରୋଷେୟା ସୁରେନ୍ଦ୍ର ମାଡ଼ି ଓ ସ୍କୁଲ ପିଅନଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି। ସେପଟେ ଏହି ଘଟଣାର ସଠିକ ତଦନ୍ତ କରାଯିବା ସହ ଜିଲ୍ଲାପାଳ ଏହାକୁ ଗୁରୁତର ସହ ନେବାକୁ ଦାବି ହୋଇଛି।

Related story