ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ମା’, ଝିଅ ଓ ଝିଆରୀର ଜୀବନ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପରଜଙ୍ଗ ଥାନା ସରାଙ୍ଗ ପେଟ୍ରୋଲ ପମ୍ପ ନିକଟରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ମା’, ଝିଅ ଓ ଝିଆରୀର ମୃତ୍ୟୁ ଘଟିଛି। ମୃତକ ୩ ଜଣ ହେଲେ ନମିତା ଶତପଥୀ , ଶ୍ରାବଣୀ ଶତପଥୀ ଓ ଲଭଲି ଦେବତା। ସୂଚନା ଅନୁଯାୟୀ, ତାଳଚେର କାକୁଡି ଗାଁରୁ ଏକ ସ୍କୁଟିରେ ନମିତା ଶତପଥୀ, ତାଙ୍କ ଝିଅ ଶ୍ରାବଣୀ ଓ ତାଙ୍କ ଭାଇଙ୍କ ଝିଅ ଲଭଲି ଦେବତା ପରଜଙ୍ଗ ମୁଣ୍ଡେଈଲୋ […]

tip

Tapas Behera
  • Published: Saturday, 18 May 2019
  • , Updated: 18 May 2019, 10:01 PM IST

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପରଜଙ୍ଗ ଥାନା ସରାଙ୍ଗ ପେଟ୍ରୋଲ ପମ୍ପ ନିକଟରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ମା’, ଝିଅ ଓ ଝିଆରୀର ମୃତ୍ୟୁ ଘଟିଛି। ମୃତକ ୩ ଜଣ ହେଲେ ନମିତା ଶତପଥୀ , ଶ୍ରାବଣୀ ଶତପଥୀ ଓ ଲଭଲି ଦେବତା।

ସୂଚନା ଅନୁଯାୟୀ, ତାଳଚେର କାକୁଡି ଗାଁରୁ ଏକ ସ୍କୁଟିରେ ନମିତା ଶତପଥୀ, ତାଙ୍କ ଝିଅ ଶ୍ରାବଣୀ ଓ ତାଙ୍କ ଭାଇଙ୍କ ଝିଅ ଲଭଲି ଦେବତା ପରଜଙ୍ଗ ମୁଣ୍ଡେଈଲୋ ଗାଁକୁ ଆସୁଥିବା ବେଳେ ତାଙ୍କ ସ୍କୁଟିକୁ ଏକ କୋଇଲା ବୋଝେଇ ଟ୍ରକ ଧକ୍କାଦେଇଥିଲା। ଘଟଣାସ୍ଥଳରେ ଶ୍ରାବଣୀ ଶତପଥିଙ୍କ ମୃତ୍ୟୁ ଘଟିଥିବା ବେଳେ ମେଡିକାଲରେ ଲଭଲି ଦେବତା ଓ ନମିତା ଶତପଥୀଙ୍କ ମୃତ୍ୟୁ ଘଟିଛି।

Related story