ରାଜଧାନୀରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ଆଘାତରେ ଗୋଟିଏ ପରିବାରରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏପରି ଘଟଣା ଡୁମ୍‌ଡୁମା ଅଞ୍ଚଳରେ ଘଟିଛି। ଘରକୁ ଆସିଥିବା ବିଦ୍ୟୁତ୍‌ ସର୍ଭିସ୍‌ ତାରଟି ରେଲିଂରେ ବନ୍ଧା ହୋଇଥିଲା। ଯାହାଫଳରେ ସେହି ରେଲିଂଟି ଚାର୍ଜ ହୋଇଯାଇଥିଲା। ସେଠାରେ ଖେଳୁଥିବା ୫ ବର୍ଷର ଛୁଆ ରେଲିଂ ଧରି ପକାଇଥିଲେ। ବିଦ୍ୟୁତ ସଂସ୍ପର୍ଶରେ ଆସି ସେ ଚିତ୍କାର କରିଥିଲା। ତାଙ୍କୁ ଉଦ୍ଧାର କରିବାକୁ ଆସି ତାଙ୍କ ମାଆ […]

electricshock1-1

Manoranjan Sial
  • Published: Friday, 14 August 2020
  • , Updated: 14 August 2020, 11:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ଆଘାତରେ ଗୋଟିଏ ପରିବାରରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏପରି ଘଟଣା ଡୁମ୍‌ଡୁମା ଅଞ୍ଚଳରେ ଘଟିଛି।

ଘରକୁ ଆସିଥିବା ବିଦ୍ୟୁତ୍‌ ସର୍ଭିସ୍‌ ତାରଟି ରେଲିଂରେ ବନ୍ଧା ହୋଇଥିଲା। ଯାହାଫଳରେ ସେହି ରେଲିଂଟି ଚାର୍ଜ ହୋଇଯାଇଥିଲା। ସେଠାରେ ଖେଳୁଥିବା ୫ ବର୍ଷର ଛୁଆ ରେଲିଂ ଧରି ପକାଇଥିଲେ। ବିଦ୍ୟୁତ ସଂସ୍ପର୍ଶରେ ଆସି ସେ ଚିତ୍କାର କରିଥିଲା। ତାଙ୍କୁ ଉଦ୍ଧାର କରିବାକୁ ଆସି ତାଙ୍କ ମାଆ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ତାଙ୍କ ଚିତ୍କାର ଶୁଣି ଛୁଆର ଖୁଡି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ବିଦ୍ୟୁତ୍‌ ଝଟକା ପରେ ତିନି ଜଣ ଛିଟିକି ହୋଇ ପଡ଼ିଥିଲେ। ପରେ ସେମାନଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛି।

Related story