ଲେବୁଲ କ୍ରସିଂ ଫାଟକରେ ଗଳି ଯାଉଥିଲେ, ମାଡ଼ିଆସିଲା ଟ୍ରେନ

ରାଜଗାଙ୍ଗପୁର (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଏକ ଲେବୁଲ କ୍ରସିଂ ନିକଟରେ ଦୂରନ୍ତ ଏକ୍ସପ୍ରେସ୍ ଧକ୍କାରେ ତିନି ଜଣ ବାଇକ୍‌ ଆରୋହୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଲେବୁଲ କ୍ରସିଂରେ ଗେଟ୍ ପଡ଼ିଥିବା ବେଳେ ସେମାନେ ସେଥିରେ ଗଳି ରେଳ ଧାରଣା ପାର୍ ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଗୁରୁତର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ସତ୍ୟନାରାୟଣ ମାହତ। ତାଙ୍କ ଘର କୁମାରକେଲାରେ। ସତ୍ୟନାରାୟଣଙ୍କୁ ରାଉରକେଲା ସ୍ଥାନାନ୍ତର […]

train track

Tapaswini Nayak
  • Published: Saturday, 11 December 2021
  • , Updated: 11 December 2021, 03:04 PM IST

ରାଜଗାଙ୍ଗପୁର (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଏକ ଲେବୁଲ କ୍ରସିଂ ନିକଟରେ ଦୂରନ୍ତ ଏକ୍ସପ୍ରେସ୍ ଧକ୍କାରେ ତିନି ଜଣ ବାଇକ୍‌ ଆରୋହୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଲେବୁଲ କ୍ରସିଂରେ ଗେଟ୍ ପଡ଼ିଥିବା ବେଳେ ସେମାନେ ସେଥିରେ ଗଳି ରେଳ ଧାରଣା ପାର୍ ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଗୁରୁତର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ସତ୍ୟନାରାୟଣ ମାହତ। ତାଙ୍କ ଘର କୁମାରକେଲାରେ।

ସତ୍ୟନାରାୟଣଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଅନ୍ୟ ଦୁଇ ଜଣ ରାଜଗାଙ୍ଗପୁର ହସପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରି ଯାଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ଦିନ ସାଢ଼େ ଗୋଟାଏ ବେଳେ ଦୂରନ୍ତ ଏକ୍ସପ୍ରେସଟି ରାଜଗାଙ୍ଗପୁରର ଏହି ଲେବୁଲ କ୍ରସିଂ ଦେଇ ଅତିକ୍ରମ କରିବାର ଥିଲା। ଏଥିପାଇଁ ଲେବୁଲ କ୍ରସିଂରେ ଗେଟ୍ ପଡ଼ିଥିଲା। ଏହି ସମୟରେ ସତ୍ୟନାରାୟଣଙ୍କ ସହ ଆଉ ଦୁଇ ଜଣ ବାଇକ ଆରୋହୀ ଲେବୁଲ କ୍ରସିଂ ଫାଟକରେ ଗଳି ରେଳ ଧାରଣା ଅତିକ୍ରମ କରିବା ଚେଷ୍ଟା କରିଥିଲେ। ପ୍ରଥମେ ସତ୍ୟନାରାୟଣ ରେଳ ଟ୍ରାକ୍‌ ପାର ହେଉଥିବା ସମୟରେ ଦୂରନ୍ତ ଏକ୍ସପ୍ରେସଟି ଆସି ଯାଇଥିଲା। ତାଙ୍କ ଗାଡିଟି ଟ୍ରାକ୍‌ରେ ରହିଯାଇଥିଲା। ସେ ଦୂରକୁ ଛିଟିକି ପଡ଼ିଥିଲେ।  ଅନ୍ୟ ଦୁଇ ଜଣ ବାଇକ ଆରୋହୀଙ୍କ ଦେହରେ ସାମାନ୍ୟ ଆଘାତ ଲାଗିଥିଲା।

Related story