ଆଖି ବୁଜିଲା ମହାବଳ ବାଘ  ‘ଶୁଭ୍ରାଂଶୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ନନ୍ଦନକାନନରେ ଥିବା ଧଳା ମହାବଳ ବାଘ ‘ଶୁଭ୍ରାଂଶୁ’ର ମୃତ୍ୟୁ ହୋଇଛି। ଆଜି ଦିନ ୧୦ଟା ୧୫ରେ  ତା’ର ମୃତ୍ୟୁ ହୋଇଥିବା ନେଇ ନନ୍ଦନକାନନ ଉପ-ନିର୍ଦ୍ଦେଶକ ଜୟନ୍ତ କୁମାର ଦାଶ କହିଛନ୍ତି। ‘ଶୁଭ୍ରାଂଶୁ’ ରକ୍ତଜନିତ ସଂକ୍ରମଣରେ ପୀଡ଼ିତ ଥିଲା। ମାସେ ହେଲା ତା’ର ଚିକିତ୍ସା ଚାଲିଥିଲା। ତେବେ ଶନିବାର ସେ ହଠାତ୍ ପଡ଼ିଯିବା ପରଠୁ ଆଉ ଖାଦ୍ୟ ଗ୍ରହଣ କରୁ ନଥିଲା। ଓୟୁଏଟିର ବିଶେଷଜ୍ଞଙ୍କ ଦ୍ୱାରା ତା’ର ଚିକିତ୍ସା ଚାଲିଥିଲା। ‘ଶୁଭ୍ରାଂଶୁ’ର ମୃତ୍ୟୁ ପରେ ଏବେ […]

tiger-2

Niharika Rout
  • Published: Tuesday, 15 October 2019
  • , Updated: 15 October 2019, 11:29 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ନନ୍ଦନକାନନରେ ଥିବା ଧଳା ମହାବଳ ବାଘ ‘ଶୁଭ୍ରାଂଶୁ’ର ମୃତ୍ୟୁ ହୋଇଛି। ଆଜି ଦିନ ୧୦ଟା ୧୫ରେ  ତା’ର ମୃତ୍ୟୁ ହୋଇଥିବା ନେଇ ନନ୍ଦନକାନନ ଉପ-ନିର୍ଦ୍ଦେଶକ ଜୟନ୍ତ କୁମାର ଦାଶ କହିଛନ୍ତି।

‘ଶୁଭ୍ରାଂଶୁ’ ରକ୍ତଜନିତ ସଂକ୍ରମଣରେ ପୀଡ଼ିତ ଥିଲା। ମାସେ ହେଲା ତା’ର ଚିକିତ୍ସା ଚାଲିଥିଲା। ତେବେ ଶନିବାର ସେ ହଠାତ୍ ପଡ଼ିଯିବା ପରଠୁ ଆଉ ଖାଦ୍ୟ ଗ୍ରହଣ କରୁ ନଥିଲା। ଓୟୁଏଟିର ବିଶେଷଜ୍ଞଙ୍କ ଦ୍ୱାରା ତା’ର ଚିକିତ୍ସା ଚାଲିଥିଲା।

‘ଶୁଭ୍ରାଂଶୁ’ର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ୧୨ଟି ଅଣ୍ଡିରା ଓ ୧୩ଟି ମାଈ ବାଘ ଥିବା ଜଣାପଡ଼ିଛି।  

Related story