ଜମିଲା ମାଣ୍ଡିଆ ଦିବସ: ପ୍ରଦର୍ଶିତ ହେଲା ଲଡୁ, କେକ, ଶୁପ, ବରା, ଇଡ୍‌ଲି

କଲ୍ୟାଣସିଂହପୁର(ମାଉଡି ବାରିକ): ଆଜି ହେଉଛି ନଭେମ୍ବର ୧୦ ତାରିଖ। ଏହି ଦିନକୁ ପ୍ରଥମ ଥର ପାଇଁ ମାଣ୍ଡିଆ ଦିବସ ରୂପେ ପାଳନ କରାଯାଉଛି। ସେଥିପାଇଁ ଆଜି ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ପାଳିତ ହୋଇଛି ମାଣ୍ଡିଆ ଦିବସ। ରାୟଗଡ଼ା ସହରର ଅଶୋକ କଲ୍ୟାଣ ମଣ୍ଡପରେ ଏକ ପ୍ରଦର୍ଶନୀ ହୋଇଯାଇଛି। ଏଥିରେ ଭଳି କି ଭଳି ମାଣ୍ଡିଆ ମିଠା, ସ୍ନାକ୍ସ, କେକ, ଶୁପ, ବରା, ଇଡ୍‌ଲି, ପକୋଡ଼ି ପ୍ରମୁଖ ପ୍ରଦର୍ଶିତ ହୋଇଛି। ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ […]

Millet

  • Published: Thursday, 10 November 2022
  • , Updated: 10 November 2022, 06:56 PM IST

କଲ୍ୟାଣସିଂହପୁର(ମାଉଡି ବାରିକ): ଆଜି ହେଉଛି ନଭେମ୍ବର ୧୦ ତାରିଖ। ଏହି ଦିନକୁ ପ୍ରଥମ ଥର ପାଇଁ ମାଣ୍ଡିଆ ଦିବସ ରୂପେ ପାଳନ କରାଯାଉଛି। ସେଥିପାଇଁ ଆଜି ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ପାଳିତ ହୋଇଛି ମାଣ୍ଡିଆ ଦିବସ। ରାୟଗଡ଼ା ସହରର ଅଶୋକ କଲ୍ୟାଣ ମଣ୍ଡପରେ ଏକ ପ୍ରଦର୍ଶନୀ ହୋଇଯାଇଛି। ଏଥିରେ ଭଳି କି ଭଳି ମାଣ୍ଡିଆ ମିଠା, ସ୍ନାକ୍ସ, କେକ, ଶୁପ, ବରା, ଇଡ୍‌ଲି, ପକୋଡ଼ି ପ୍ରମୁଖ ପ୍ରଦର୍ଶିତ ହୋଇଛି। ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂ ମେଳାକୁ ଉଦ୍‌ଘାଟନ କରିଥିଲେ। ଜିଲ୍ଲାପାଳ ମାଣ୍ଡିଆ ମିଠା ମଧ୍ୟ ଖାଇଥିଲେ। ପ୍ରଥମ ଥର ପାଇଁ ମଣ୍ଡିଆ ଦିବସ ପାଳନ ହେଉଥିବାରୁ ଆଖପାଖ ଅଞ୍ଚଳର ଲୋକମାନେ ଷ୍ଟଲ୍‌ ବୁଲି ଦେଖିବା ସହିତ କିଣାକିଣି କରିଥିବା ଦେଖିବାକୁ ମିଳିଛି।

ରାୟଗଡ଼ା ଜିଲ୍ଲାରେ ପ୍ରାୟ ୧୨ ହଜାର ଚାଷୀ ମାଣ୍ଡିଆ ଉତ୍ପାଦନ କରୁଛନ୍ତି। ଉତ୍ପାଦିତ ମଣ୍ଡିଆ କ୍ୱିଣ୍ଟାଲ୍‌ ପିଛା ୩୫ ଶହ ୭୮ଟଙ୍କା ଲେଖାଏଁ ବିକ୍ରି ହେଉଛି।ଏବେ ଜିଲ୍ଲାରେ ପ୍ରାୟ ୯ଟି ବ୍ଲକରେ ମାଣ୍ଡିଆ ଉତ୍ପାଦନ ହେଉଛି। ରାଜ୍ୟରେ ମୋଟ୍‌ ୧୯ଟି ଜିଲ୍ଲାରେ ମାଣ୍ଡିଆ ଉତ୍ପାଦନ ହେଉଅଛି। ଏବେ ମାଣ୍ଡିଆ ଚାଷୀଙ୍କୁ ଏକର ପିଛା ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି। ସେହିପରି ମାଣ୍ଡିଆରେ ବିଭିନ୍ନ ଖାଇବା ସାମଗ୍ରୀ ତିଆରି କରି ବିକ୍ରି କରିବା ପାଇଁ ସ୍ୱୟଂସହାୟକ ଗୋଷ୍ଠୀକୁ ୩୦ ହଜାର ଟଙ୍କା ଋଣ ପ୍ରଦାନ କରାଯାଉଛି।

Related story