ଆଜି ଧନୁ ସଂକ୍ରାନ୍ତି, ପାରମ୍ପରିକ ଛୁଙ୍କ ସହ ରହିଛି ଆଧୁନିକତାର ସ୍ପର୍ଶ

କଟକ/ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଆଜି ଧନୁ ସଂକ୍ରାନ୍ତି । ଏହି ଦିନରେ ଓଡ଼ିଆଙ୍କ ଘରେ ପୂଜା ହୁଏ ଧନୁ ମୁଆଁ । କାହିଁ କେଉଁ କାଳରୁ ଧନୁ ମୁଆଁ  ପୂଜା ହେବା ପରମ୍ପରା ରହିଛି । ଏହି ଧାରାରେ ବିଭିନ୍ନ ସହରରେ ଭିନ୍ନ ଭିନ୍ନ ସ୍ୱାଦର ମୁଆଁ ପ୍ରସ୍ତୁତ କରାଯାଉଛି । ସମୟ ବଦଳିବା ସହ ବଦଳିଛି ଲୋକଙ୍କ ପାଟିର ସ୍ୱାଦ । ତେଣୁ ଆଧୁନିକତା ଭିତରେ ଆଜି ବି ବଞ୍ଚି ରହିଛି ପରମ୍ପରା  ।  କରୋନା କଟକଣା […]

dhanu muna

Niharika Rout
  • Published: Thursday, 16 December 2021
  • , Updated: 16 December 2021, 01:47 PM IST

କଟକ/ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଆଜି ଧନୁ ସଂକ୍ରାନ୍ତି । ଏହି ଦିନରେ ଓଡ଼ିଆଙ୍କ ଘରେ ପୂଜା ହୁଏ ଧନୁ ମୁଆଁ । କାହିଁ କେଉଁ କାଳରୁ ଧନୁ ମୁଆଁ  ପୂଜା ହେବା ପରମ୍ପରା ରହିଛି । ଏହି ଧାରାରେ ବିଭିନ୍ନ ସହରରେ ଭିନ୍ନ ଭିନ୍ନ ସ୍ୱାଦର ମୁଆଁ ପ୍ରସ୍ତୁତ କରାଯାଉଛି । ସମୟ ବଦଳିବା ସହ ବଦଳିଛି ଲୋକଙ୍କ ପାଟିର ସ୍ୱାଦ । ତେଣୁ ଆଧୁନିକତା ଭିତରେ ଆଜି ବି ବଞ୍ଚି ରହିଛି ପରମ୍ପରା  ।  କରୋନା କଟକଣା ଥିବାରୁ ଏଥର ମୁଆଁ ଅନଲାଇନ୍‌ରେ ବି ମିଳୁଛି ।

ଧନୁ ସଂକ୍ରାନ୍ତି ଆସିଲେ ମୁଆଁର ଚାହିଦା ବଢ଼ିଯାଏ  । ଏଥିପାଇଁ କିଛି ଦିନ ହେବ ଚଳଚଞ୍ଚଳ ହୋଇପଡ଼ିଛି କଟକର ବିଭିନ୍ନ ସାହି ଓ ଗଳି କନ୍ଦି । ଖାନନଗର ଅଞ୍ଚଳରେ ଥିବା କିଛି ଗୁଡ଼ିଆ ପରିବାର ଏବେ ମୁଆଁ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଧନୁ ସଂକ୍ରାନ୍ତ ଅବସରରେ ସ୍ୱତନ୍ତ୍ର ଭାବେ ମୁହାଁ ପ୍ରସ୍ତୁତ କରାଯାଇଥାଏ । ଲିଆକୁ ଘିଅରେ ମିଶାଇବା ପରେ ଏହାକୁ ଚିନି ଓ ଗୁଡ଼ରେ ପ୍ରସ୍ତୁତ କରାଯାଏ । ଏହାକୁ ସୁସ୍ୱାଦୁ କରିବା ପାଇଁ ଗୋଲ ମରିଚ, ଜୁଆଣି ଗୁଣ୍ଡ, ନଡ଼ିଆ, ବାଦାମ ମିଶା ଯାଏ । ସ୍ୱାଦ ଅନୁଯାୟୀ,  ମୁଆଁ ୩୦ ଟଙ୍କାରୁ ଆରମ୍ଭ ହୋଇ ୨୫୦ ଟଙ୍କା ଯାଏଁ ବଜାରରେ ବିକ୍ରି ହୋଇଥାଏ ।

[caption id="attachment_699393" align="aligncenter" width="650"] କାରିଗରମାନେ ମୁଆଁ ପ୍ରସ୍ତୁତିରେ ବ୍ୟସ୍ତା।[/caption]

କାହିଁ କେଉଁ ଆବାହନ କାଳରୁ ଧନୁ ମୁଆଁ ଓଡ଼ିଆ ପରମ୍ପରାର ଏକ ଅଂଶ ହୋଇ ରହିଥିବା ବେଳେ ଏବେ ପ୍ରସ୍ତୁତ ହେଉଛି ଭଳି ଭଳିକା ମୁଆଁ । ପାରମ୍ପରିକ ଛୁଙ୍କ ସହ ଆଧୁନିକତାର ସ୍ପର୍ଶ ବି ରହିଛି ।  ଧନୁ ସଂକ୍ରାନ୍ତି ନିମନ୍ତେ ବ୍ରହ୍ମପୁରରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହେଉଥିବା ମୁଆଁ । ଖାଇବାକୁ ମୁସୁମୁସିଆ ଆଉ ସ୍ୱାଦରେ ବି ଅନନ୍ୟ । ସୁବାଷିତ ଘିଅରେ ପ୍ରସ୍ତୁତ ହେଉଛି, ଆଉ ପ୍ୟାକିଂ ପରେ ମନ ଖୁସିରେ ଗ୍ରାହକ ଏହାକୁ କିଣି ନେଉଛନ୍ତି।  କାଜୁ, ପିସ୍ତା, ବାଦାମ ସହ ଅନେକ ପ୍ଲେଭରରେ ଏସବୁକୁ ତିଆରି କରାଯାଇଛି । କ୍ୟାଲିଟି ଓ ପ୍ରସ୍ତୁତୀକରଣକୁ ନେଇ ଭିନ୍ନ ଭିନ୍ନ ଦର ବି ରହିଛି । କିଲୋ ପିଛା ଶହେ ଟଙ୍କାରୁ ଆରମ୍ଭ କରି ଦୁଇ ହଜାର ଟଙ୍କା ଯାଏଁ ବି ବିକ୍ରି କରାଯାଉଛି । କରୋନା କଟକଣା ଯୋଗୁଁ ଏଥର ବ୍ରହ୍ମପୁର ସହରରେ ବି ଅନଲାଇନ୍‌ରେବିକ୍ରି ହେଉଛି ମୁଆଁ ।

 

Related story