ବାଲୁକା କଳା ମାଧ୍ୟମରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

Ordigital Desk
  • Published: Saturday, 28 April 2018
  • , Updated: 28 April 2018, 07:46 AM IST
<p>ପୁରୀ(ଓଡ଼ିଶା ରିପୋର୍ଟର): ଆଜି ହେଉଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ। ୧୮୪୮ ମସିହା ଆଜିର ଦିନରେ କଟକ ଜିଲ୍ଲାର ସତ୍ୟଭାମାପୁର ଗାଁରେ ମଧୁବାବୁ ଜନ୍ମଗ୍ରହଣ କରିଥିଲେ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଥିଲା ବଡ଼ ଭୂମିକା। ବିଲାତ ଯାତ୍ରା କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ। ଏହାସହ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଓକିଲ। ତାଙ୍କର ଉଦ୍ୟମରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସଂଗ୍ରାମକୁ ଆଗେଇ ନେଇଥିଲା। ମଧୁବାବୁ ହେଉଛନ୍ତି ଓଡ଼ିଆ ସ୍ୱାଭିମାନର ପ୍ରତୀକ।</p> <p>ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ପୁରୀ ବେଳାଭୂମିରେ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟ୍&zwnj; ପକ୍ଷରୁ ମଧୁବାବୁଙ୍କ ବାଲୁକା କଳା କରାଯାଇଛି। ମଧୁବାବୁଙ୍କ ଜୀବନୀକୁ ନେଇ ଲିଖିତ &lsquo;ତୁମ ପରି ଛୋଟ ପିଲାଟିଏ, ଗାଁ ଚାହାଳିର ଚାଟ ସିଏ&rsquo;କୁ ମଧୁବାବୁଙ୍କ ବାଲୁକା କଳାରେ ସ୍ଥାନିତ କରାଯାଇଛି। ଏହି ବାଲୁକା କଳା ତିଆରି ଲାଗି ୫ ଟନ୍ ବାଲି ବ୍ୟବହୃତ ହୋଇଛି।</p>

Related story