- Videos
- Odisha
- ଆଜି ଶ୍ରୀଜିଉଙ୍କୁ ଦର୍ଶନ କରିବେ ନେପାଳ ନରେଶ: ସକାଳ ସାଢ଼େ ୯ଟାରୁ ସାଧାରଣ ଦର୍ଶନ ବନ୍ଦ
ଆଜି ଶ୍ରୀଜିଉଙ୍କୁ ଦର୍ଶନ କରିବେ ନେପାଳ ନରେଶ: ସକାଳ ସାଢ଼େ ୯ଟାରୁ ସାଧାରଣ ଦର୍ଶନ ବନ୍ଦ
- Published: Sunday, 11 February 2018
- , Updated: 11 February 2018, 08:01 AM IST
<p>ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବେ ନେପାଳ ନରେଶ ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ। ନେପାଳ ନରେଶ ରତ୍ନ ସିଂହାସନରେ ଶ୍ରୀଜିଉଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଭୂଷିତ କରିବା ସହ କର୍ପୂର ଆଳତି ଓ ନୈବେଦ୍ୟ ଅର୍ପଣ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଠାକୁରଙ୍କ ନୀତିକାନ୍ତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସକାଳ ସାଢ଼େ ୯ଟାରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ଦିନ ପ୍ରାୟ ୧୧ଟାରେ ଦକ୍ଷିଣ ଦ୍ୱାର ନିକଟରେ ପହଞ୍ଚିବେ ନେପାଳ ନରେଶ।</p>
<p>ଗତକାଲି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପଟ୍ଟାଭିଷେକର ୨୫ ବର୍ଷ ପୂର୍ତ୍ତି ଅବସରରେ ନେପାଳ ରାଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ସାମିଲ ହୋଇଥିଲେ। ଏହି ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ୪ ଶଙ୍କରାଚାର୍ଯ୍ୟ ପୀଠ ସ୍ଥାପନର ଉଦ୍ଦେଶ୍ୟ, ଆଦି ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ, ଶ୍ରୀମନ୍ଦିର ସହ ଶଙ୍କରାଚାର୍ଯ୍ୟ ପୀଠର ସମ୍ପର୍କ ଏବଂ ସନାତନ ଧର୍ମର ପ୍ରଚାର ପ୍ରସାର ନେଇ ବିସ୍ତୃତ ତଥା ସାରଗର୍ଭକ ଆଲୋଚନା କରାଯାଇଥିଲା।</p>