Advertisment

ମହାପ୍ରଭୁଙ୍କ ଦର୍ଶନ କଲେ ଅପରାଜିତା, ଶୋଭାଯାତ୍ରା ଉପରକୁ ହେଲା ଟମାଟୋ ମାଡ଼

ପୁରୀ(ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ଦର୍ଶନ ପାଇଁ ବାହାରିଥିବା ଭୁବନେଶ୍ୱର ସାଂସଦଙ୍କ ପୁରୀ ଗସ୍ତକୁ ନେଇ ଦୀର୍ଘ ସମୟ ହାଇ ଭୋଲଟେଜ ଡ୍ରାମା ଚାଲିବା ପରେ ଶେଷରେ ପୁରୀରେ ପହଞ୍ଚିଲେ ସାଂସଦ । ପୁରୀରେ ପହଞ୍ଚିବା ପରେ ପୁଣି ଥରେ ପଦଯାତ୍ରାରେ ବାହାରିଥିବା ଅପରାଜିତାଙ୍କ ଶୋଭାଯାତ୍ରା  ଉପରକୁ ହେଲା ଟମାଟୋ ମାଡ଼ । ଜଣେ କଂଗ୍ରେସ କର୍ମୀ ଏହି ଟମାଟୋ ମାଡ଼ କରିଥିବା ବେଳେ ଯୋଜନାବଦ୍ଧ ଭାବେ ଏପରି କରାଯାଇଥିବା ଅଭିଯୋଗ କରିଛନ୍ତି ବିଜେପି କର୍ମୀ । ଆଜି […]

author-image
Niharika Rout
ଅଦ୍ୟତନ ହୋଇଛି
ମହାପ୍ରଭୁଙ୍କ ଦର୍ଶନ କଲେ ଅପରାଜିତା, ଶୋଭାଯାତ୍ରା ଉପରକୁ ହେଲା ଟମାଟୋ ମାଡ଼

aparajita-sarangi

ପୁରୀ(ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ଦର୍ଶନ ପାଇଁ ବାହାରିଥିବା ଭୁବନେଶ୍ୱର ସାଂସଦଙ୍କ ପୁରୀ ଗସ୍ତକୁ ନେଇ ଦୀର୍ଘ ସମୟ ହାଇ ଭୋଲଟେଜ ଡ୍ରାମା ଚାଲିବା ପରେ ଶେଷରେ ପୁରୀରେ ପହଞ୍ଚିଲେ ସାଂସଦ । ପୁରୀରେ ପହଞ୍ଚିବା ପରେ ପୁଣି ଥରେ ପଦଯାତ୍ରାରେ ବାହାରିଥିବା ଅପରାଜିତାଙ୍କ ଶୋଭାଯାତ୍ରା  ଉପରକୁ ହେଲା ଟମାଟୋ ମାଡ଼ । ଜଣେ କଂଗ୍ରେସ କର୍ମୀ ଏହି ଟମାଟୋ ମାଡ଼ କରିଥିବା ବେଳେ ଯୋଜନାବଦ୍ଧ ଭାବେ ଏପରି କରାଯାଇଥିବା ଅଭିଯୋଗ କରିଛନ୍ତି ବିଜେପି କର୍ମୀ ।

Advertisment

ଆଜି ସକାଳୁ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ବାହାରୁଥିବା ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଚନ୍ଦନପୁର କାଠପୋଲ ନିକଟରେ ପୁଲିସ୍‌ ଓ ପ୍ରଶାସନ ଅଟକାଇବା ପରେ ସେଠାରୁ ଚାଲି ଚାଲି ପୁରୀ ଅଭିମୁଖେ ଗଲେ ସାଂସଦ। ପ୍ରାୟ ଦେଢ କିମି ଚାଲି ମାଳତିପୁର ଷ୍ଟେଶନ ନିକଟରେ ପହଞ୍ଚିବା ପରେ ସେଠାରେ ଗାଡ଼ି ଯୋଗେ ଶ୍ରୀମନ୍ଦିର ଅଭିମୁଖେ ଯିବାକୁ ମିଳିଲା ଅନୁମତି।

ବହୁ ସଂଘର୍ଷ ପରେ ପୁରୀ ସିଂହଦ୍ୱାର ସମ୍ମୁଖରେ ପହଞ୍ଚି ପ୍ରଭୁଙ୍କୁ ପ୍ରଣାମ କରି ଅରୁଣ ସ୍ତମ୍ଭ ନିକଟରେ ନିକଟରେ କିଛି ସମୟ ବସିଲେ ସାଂସଦ ଅପରାଜିତା ଷଡଙ୍ଗୀ। ଏହାପରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ।   କିଛି ସମୟ ପରେ ଶହ ଶହ ସମର୍ଥକଙ୍କ ଗହଣରେ ପୁରୀରେ ପଦଯାତ୍ରା କଲେ ସାଂସଦ ଅପରାଜିତା ।

Advertisment

[caption id="attachment_730347" align="aligncenter" width="650"]tomato ଅପରାଜିତାଙ୍କ ଶୋଭାଯାତ୍ରା ଉପରକୁ ଟମାଟୋ ମାଡ଼ କରିଥିବା ଯୁବକ ।[/caption]

ଡାକ୍ତରଖାନା ଛକରୁ ପଦଯାତ୍ରାରେ ବାହାରିଥିବା ଅପରାଜିତା ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ବେଳେ ତାଙ୍କ ଶୋଭାଯାତ୍ରା ଉପରକୁ ହେଲା ଟମାଟୋ ମାଡ଼ । ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଅପରାଜିତାଙ୍କ ଶୋଭାଯାତ୍ରା ଉପରକୁ ଟମାଟୋ ଫିଙ୍ଗିଥିବା ଯୁବକଙ୍କୁ ଚିହ୍ନଟ କରାଯାଇଛି।  ଟମାଟୋ ଫିଙ୍ଗିଥିବା ସଂପୃକ୍ତ ବ୍ୟକ୍ତି ଯୁବ କଂଗ୍ରେସ କର୍ମୀ ବୋଲି ସୂଚନା ମିଳିଛି।

ଏହା ଏକ ବିଧିବଦ୍ଧ ଯୋଜନା । ଯୋଜନାବଦ୍ଧ ଭାବେ ଏପରି କରାଯାଇଛି । ଅପରାଜିତାଙ୍କୁ ବାଟରେ ଅଟକାଯିବ ବୋଲି ପୂର୍ବରୁ ଯୋଜନା ହୋଇଥିବା ଅଭିଯୋଗ ଆଣିଛନ୍ତି ବିଜେପି କର୍ମୀ।

Aparajita Sarangi