ରାତି ପାହିଲେ ଧାମନଗର ଉପନିର୍ବାଚନ: ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ମତଦାନ

ଭଦ୍ରକ(ଓଡ଼ିଶା ରିପୋର୍ଟର): ରାତି ପାହିଲେ ଧାମନଗର ଉପନିର୍ବାଚନ। ଗୁରୁବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ହଜାରେ ପୁଲିସଙ୍କୁ ନିୟୋଜିତ କରାଯାଇଛି। ମତଦାନ ପାଇଁ ସବୁ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି ପୁଲିଂ ପାର୍ଟି। ଧାମନଗର ନିର୍ବାଚନମଣ୍ଡଳୀର ୨ ଲକ୍ଷ ୩୮ହଜାର ୪୧୭ ଜଣ ଭୋଟର ଅଛନ୍ତି। ସେଥିମଧ୍ୟରୁ ୧ ଲକ୍ଷ ୨୩ ହଜାର ୩୮ ପୁରୁଷ ଓ ୧ଲକ୍ଷ ୧୫ ହଜାର […]

Dhamnagar By Poll

  • Published: Wednesday, 02 November 2022
  • , Updated: 02 November 2022, 08:07 PM IST

ଭଦ୍ରକ(ଓଡ଼ିଶା ରିପୋର୍ଟର): ରାତି ପାହିଲେ ଧାମନଗର ଉପନିର୍ବାଚନ। ଗୁରୁବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ହଜାରେ ପୁଲିସଙ୍କୁ ନିୟୋଜିତ କରାଯାଇଛି। ମତଦାନ ପାଇଁ ସବୁ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି ପୁଲିଂ ପାର୍ଟି।

ଧାମନଗର ନିର୍ବାଚନମଣ୍ଡଳୀର ୨ ଲକ୍ଷ ୩୮ହଜାର ୪୧୭ ଜଣ ଭୋଟର ଅଛନ୍ତି। ସେଥିମଧ୍ୟରୁ ୧ ଲକ୍ଷ ୨୩ ହଜାର ୩୮ ପୁରୁଷ ଓ ୧ଲକ୍ଷ ୧୫ ହଜାର ୩୪୬ ମହିଳା ଭୋଟର ଅଛନ୍ତି। ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଭୋଟ୍‌ ଗ୍ରହଣ ହେବାକୁ ଥିବା ମୋଟ୍‌ ୨୫୨ଟି ବୁଥ୍‌ରୁ ୧୨୬ଟିରେ ୱେବ କାଷ୍ଟିଂର ବ୍ୟବସ୍ଥା କରାଯାଇଛି। ୧୧୦ଟିକୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି। ସେହି ବୁଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକ଼ଡି କରାଯାଇଛି।

ସୁରକ୍ଷା ବ୍ୟବସ୍ଥାରେ ହଜାରେ ପୁଲିସଙ୍କୁ ନିୟୋଜିତ କରାଯାଇଛି।  ୪ କଂପାନୀ କେନ୍ଦ୍ରୀୟ ଫୋର୍ସ, ୨୨ ପ୍ଲାଟୁନ୍ ଷ୍ଟେଟ୍ ଆର୍ମଡ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଭଦ୍ରକ ଏସ୍‌ପି ଚରଣସିଂ ମିନା ଆଜିି ବିଭିନ୍ନ ସମ୍ବେଦନଶୀଳ ବୁଥ୍‌ ବୁଲି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ବୁଥ୍‌ର ଶହେ ମିଟର ମଧ୍ୟରେ କଥାବାର୍ତ୍ତାକୁ ବାରଣ କରାଯାଇଛି। ସେପଟେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ତିନିଟି ରାଜନୈତିକ ଦଳ ଆଣିଥିବା ଅଭିଯୋଗ ଉପରେ ୫ଟି ପୁଲିସ୍ କେଶ୍ ହୋଇଛି। ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ନାଁରେ ଆସିଥିବା ଅଭିଯୋଗକୁ ଇସିଆଇକୁ ପଠାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ସୂଚନା ଦେଇଛନ୍ତି।

Related story