ଆସନ୍ତାକାଲି ଜିଏସ୍‌ଟି ଆଲୋଚନା

ଭୁବନେଶ୍ୱର: ଆସନ୍ତାକାଲି ବିଧାନସଭାରେ GST ବିଲ୍ ଉପରେ ଆଲୋଚନା ହେବ। ଆଜି ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଏନେଇ ସ୍ଥିର ହୋଇଛି। ଏହା ପୂର୍ବରୁ ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଓଡିଶା ଜିଏସ୍‌ଟି ବିଲ୍ ୨୦୧୭ ଓ  ଭାଟ୍ ସଂଶୋଧନ ବିଲ୍ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ତେବେ  ବିଲ୍‌ ନକଲ ଆଜି ମିଳିଥିବାରୁ ତାକୁ ପଢ଼ିବା ପାଇଁ ସମୟର ଆବଶ୍ୟକତା ଥିବା ଯୁକ୍ତି ଉପସ୍ଥାପନ କରିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। […]

Odisha-Assembly-5-1

Rakesh Mallick
  • Published: Thursday, 18 May 2017
  • , Updated: 18 May 2017, 08:48 PM IST

ଭୁବନେଶ୍ୱର: ଆସନ୍ତାକାଲି ବିଧାନସଭାରେ GST ବିଲ୍ ଉପରେ ଆଲୋଚନା ହେବ। ଆଜି ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଏନେଇ ସ୍ଥିର ହୋଇଛି। ଏହା ପୂର୍ବରୁ ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଓଡିଶା ଜିଏସ୍‌ଟି ବିଲ୍ ୨୦୧୭ ଓ  ଭାଟ୍ ସଂଶୋଧନ ବିଲ୍ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ତେବେ  ବିଲ୍‌ ନକଲ ଆଜି ମିଳିଥିବାରୁ ତାକୁ ପଢ଼ିବା ପାଇଁ ସମୟର ଆବଶ୍ୟକତା ଥିବା ଯୁକ୍ତି ଉପସ୍ଥାପନ କରିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ଏହାପରେ ବାଚସ୍ପତି କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକ ଡାକିଥିଲେ। ଏହି ବୈଠକରେ ଦୁଇ ବିଲ୍ ସଂପର୍କରେ ଆଲୋଚନା ନେଇ ସମୟ ଧାର୍ଯ୍ୟ କରାଯାଇଥିଲା। ଆସନ୍ତାକାଲି ବିଲ୍ ସଂପର୍କରେ ଆଲୋଚନା ହେବା ସହ ବିଲ୍ ପାରିତ ହେବାର ସମ୍ଭାବନା ରହିଛି।

Related story