ଏନ୍‌ଆଇଏ ପାଇଁ ମୋଷ୍ଟ ଓ୍ୱାଣ୍ଟେଡ୍‌ ଥିବା ଆରକେର ହୋଇଛି ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକ୍ସଲ ସଙ୍ଗଠନକୁ ଲାଗିଛି ଶକ୍ତ ଧକ୍କା। ସଙ୍ଗଠନର ଟପ୍‌ ନେତା ଅକ୍କି ରାଜୁ ହରଗୋପାଲ ଓରଫ ରାମକ୍ରିଷ୍ଣା ଓରଫ RKର ମୃତ୍ୟୁ ହୋଇଛି। ଆନ୍ଧ୍ର, ଓଡ଼ିଶା, ଛତିଶଗଡ଼ ଓ ତେଲାଙ୍ଗାନା ରାଜ୍ୟ ପୁଲିସ ଏବଂ ଏନ୍‌ଆଇଏ ପାଇଁ ମୋଷ୍ଟ ଓ୍ୱାଣ୍ଟେଡ୍‌ ଥିବା RK ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି। ଛତିଶଗଡ଼ର ଦଣ୍ଡକାରଣ୍ୟ ଜଙ୍ଗଲରେ ଗୁରୁବାର ତା’ର ମୃତ୍ୟୁ ହୋଇଛି। ଏନେଇ ପ୍ରେସ୍‌ ବିବୃତ୍ତି ଜରିଆରେ ସ୍ପଷ୍ଟ କରିଛି ସିପିଆଇ ନକ୍ସଲ କେନ୍ଦ୍ରୀୟ କମିଟି। RK […]

RK

Manoranjan Sial
  • Published: Friday, 15 October 2021
  • , Updated: 15 October 2021, 09:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକ୍ସଲ ସଙ୍ଗଠନକୁ ଲାଗିଛି ଶକ୍ତ ଧକ୍କା। ସଙ୍ଗଠନର ଟପ୍‌ ନେତା ଅକ୍କି ରାଜୁ ହରଗୋପାଲ ଓରଫ ରାମକ୍ରିଷ୍ଣା ଓରଫ RKର ମୃତ୍ୟୁ ହୋଇଛି। ଆନ୍ଧ୍ର, ଓଡ଼ିଶା, ଛତିଶଗଡ଼ ଓ ତେଲାଙ୍ଗାନା ରାଜ୍ୟ ପୁଲିସ ଏବଂ ଏନ୍‌ଆଇଏ ପାଇଁ ମୋଷ୍ଟ ଓ୍ୱାଣ୍ଟେଡ୍‌ ଥିବା RK ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି। ଛତିଶଗଡ଼ର ଦଣ୍ଡକାରଣ୍ୟ ଜଙ୍ଗଲରେ ଗୁରୁବାର ତା’ର ମୃତ୍ୟୁ ହୋଇଛି। ଏନେଇ ପ୍ରେସ୍‌ ବିବୃତ୍ତି ଜରିଆରେ ସ୍ପଷ୍ଟ କରିଛି ସିପିଆଇ ନକ୍ସଲ କେନ୍ଦ୍ରୀୟ କମିଟି। RK କିଡ୍‌ନୀ ଓ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇଥିବା କମିଟି ମୁଖପାତ୍ର ଅଭୟ ଦର୍ଶାଇଛି। ସେଣ୍ଟ୍ରାଲ କମିଟି ତରଫରୁ RKର ଅନ୍ତିମ ସଂସ୍କାର କରାଯାଇଛି।

RKଙ୍କ ନାଁରେ ଆନ୍ଧ୍ର, ଓଡ଼ିଶା, ତେଲେଙ୍ଗାନା, ଛତିଶଗଡ଼ ଓ ମହାରାଷ୍ଟ୍ର ଆଦି ବିଭିନ୍ନ ରାଜ୍ୟରେ ରହିଛି ୨୦୦ ମସିହାରୁ ଅଧିକ ମାମଲା। ଏସବୁ ରାଜ୍ୟରେ ଘଟିଥିବା ବହୁ ବଡ଼ ବଡ଼ ନରସଂହାର ଓ ନକ୍ସଲ ଆକ୍ରମଣ ପଛରେ ସେ ଥିଲା ମାଷ୍ଟରମାଇଣ୍ଡ। ୨୦୦୩ ମସିହାରେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଉପରେ ଆକ୍ରମଣ, ୨୦୦୮ ମସିହାରେ ବାଲିମେଳା ଆମ୍ବୁସରେ ୩୭ ଗ୍ରେହାଉଣ୍ଡ ଯବାନଙ୍କୁ ହତ୍ୟା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡି. ପୁରନ୍ଦେଶ୍ୱରୀଙ୍କ ଶ୍ୱଶୁର ଡଗୁବଟି ଚେଂଚୁ ରାମୟା ହତ୍ୟା, ମାଲକାନଗିରି ଜିଲ୍ଲାପାଳ ଭିନିଲକ୍ରିଷ୍ଣା ଅପହରଣ ଭଳି ଅନେକ ମାମଲାରେ ସେ ଜଡିତ ଥିଲା। ଶତାଧିକ ନକ୍ସଲ ହିଂସା ଘଟଣାରେ ଅଭିଯୁକ୍ତ RK ଏନଆଇଏର ମୋଷ୍ଟଓ୍ୱାଣ୍ଟେଡ୍ ତାଲିକାରେ ଥିଲା। ତାକୁ ଧରାଇଦେବା ଲାଗି ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିଲା କୋଟିଏରୁ ଅଧିକ ଟଙ୍କାର ପୁରସ୍କାର। ହେଲେ ସେ ପୁଲିସ ହାତରେ ଧରା ପଡ଼ିନଥିଲେ।

୧୯୫୮ ମସିହାରେ ଆନ୍ଧ୍ରର ଗୁଣ୍ଟୁରରେ ଏକ ଶିକ୍ଷକ ପରିବାରରେ ଜନ୍ମ ହୋଇଥିଲା RK। ଏନ୍‌ଆଇଟି ଓ୍ୱାରାଙ୍ଗଲରୁ ଇଞ୍ଜିନିୟରିଂରେ ସ୍ନାତକ ଶେଷ କରି ସେ ଶିକ୍ଷକତା ଆରମ୍ଭ କରିଥିଲା। ୧୯୭୮ ମସିହାରେ ସେ ନକ୍ସଲ ଆନ୍ଦୋଳନ ପ୍ରତି ଆକର୍ଷିତ ହେବା ସହ ପିପୁଲ୍ସ ଓ୍ୱାର ଗ୍ରୁପ୍ PWGରେ ଯୋଗ ଦେଇଥିଲା। ମେକାନିକାଲ ଇଞ୍ଜିନିୟରିଂ ପୃଷ୍ଠଭୂମିରୁ ଆସିଥିବାରୁ ଅସ୍ତ୍ରଶସ୍ତ୍ର, IED ଓ ବିସ୍ଫୋରକ ସାମଗ୍ରୀ ପରିଚାଳନାରେ ସେ ସିଦ୍ଧହସ୍ତ ଥିଲା। ୨୦୦୪ ମସିହାରେ ଆନ୍ଧ୍ରପ୍ରଦେଶରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ୍. ରାଜଶେଖର ରେଡ୍ଡୀଙ୍କ ସହ ନଳମାଳ ଜଙ୍ଗଲରେ ହୋଇଥିବା ଶାନ୍ତି ଆଲୋଚନାର ସେ ନେତୃତ୍ୱ ନେଇଥିଲା।

Related story