ଫେଷ୍ଟିଭାଲ କାର୍ଯ୍ୟସୂଚୀ ଘୋଷଣା କଲା ପର୍ଯ୍ୟଟନ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତିବର୍ଷ ଆୟୋଜନ ହେଉଥିବା ବିଭିନ୍ନ ଫେଷ୍ଟିଭାଲ ପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇଛି। ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା କୋଣାର୍କ ଉତ୍ସବ ପାଇଁ ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଚଳିତବର୍ଷ କୋଣାର୍କ ଫେଷ୍ଟିଭାଲକୁ ଇଣ୍ଡୋନେସିଆରୁ ସାଂସ୍କୃତିକ ଦଳ ଆସି ନିଜର କଳାନୈପୁଣ୍ୟ ପ୍ରଦର୍ଶନ କରିବେ। ସେହିପରି ଦେଶର ଅନ୍ୟାନ୍ୟ […]

tourism

Manoranjan Sial
  • Published: Thursday, 03 October 2019
  • , Updated: 03 October 2019, 08:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତିବର୍ଷ ଆୟୋଜନ ହେଉଥିବା ବିଭିନ୍ନ ଫେଷ୍ଟିଭାଲ ପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇଛି। ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା କୋଣାର୍କ ଉତ୍ସବ ପାଇଁ ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଚଳିତବର୍ଷ କୋଣାର୍କ ଫେଷ୍ଟିଭାଲକୁ ଇଣ୍ଡୋନେସିଆରୁ ସାଂସ୍କୃତିକ ଦଳ ଆସି ନିଜର କଳାନୈପୁଣ୍ୟ ପ୍ରଦର୍ଶନ କରିବେ। ସେହିପରି ଦେଶର ଅନ୍ୟାନ୍ୟ ଭାଗରୁ କୁଚୁପୁଡ଼ି, ଭାରତନାଟ୍ୟମ, କଥକ, ମଣିପୁରୀ ଆଦି ସହ ପ୍ରତି ରାତିରେ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ ହେବ।

ସେହିପରି ଜାନୁୟାରୀ ୧୪ରୁ ୧୬ତାରିଖ ପର୍ଯ୍ୟନ୍ତ ମୁକ୍ତେଶ୍ୱର ଫେଷ୍ଟିଭାଲ, ୧୮ରୁ ୨୦ତାରିଖ ପର୍ଯ୍ୟନ୍ତ ରାଜରାଣୀ ଫେଷ୍ଟିଭାଲ ଓ ଫେବୃୟାରୀ ୬ରୁ ୮ତାରିଖ ପର୍ଯ୍ୟନ୍ତ ଧଉଳି ଫେଷ୍ଟିଭାଲ ଆୟୋଜିତ ହେବ । ଏହି ବୈଠକରେ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ସଚିବ ବିଶାଳ ଦେବ, ବିଭିନ୍ନ ନୃତ୍ୟ ଓ ସଙ୍ଗୀତ ବିଶେଷଜ୍ଞମାନେ ଯୋଗ ଦେଇଥିଲେ ।

Related story