ବାଲି ଆଣିବାକୁ ଯାଇ ଓଲଟି ପଡ଼ିଲା ଟ୍ରାକ୍ଟର

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଥାନା ସରସରା ଗ୍ରାମପଞ୍ଚାୟତର ବଘାରପାଲି ନିକଟରେ ଗତବାଲି ବିଳମ୍ବିତ ରାତିରେ ଏକ ଟ୍ରାକ୍ଟର ରାସ୍ତା ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଟ୍ରାକ୍ଟର ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବାଲି ଆଣିବା ପାଇଁ ଡ୍ରାଇଭର ସରସରା- ବଘାରପାଲି ଅଣଓସାରିଆ କଚ୍ଚା ରାସ୍ତାରେ ଯାଉଥିଲେ। ମାତ୍ର ଗାଡ଼ିଟି ଭାରସାମ୍ୟ ହରାଇ ଏକ ପୋଲ ନିକଟରେ  ରାସ୍ତା ତଳକୁ ଓଲଟି ପଡ଼ିଥିଲା।  ରାତି ହୋଇଥିବାରୁ ଦୁର୍ଘଟଣା […]

tractor-1-1

Niharika Rout
  • Published: Saturday, 20 June 2020
  • , Updated: 20 June 2020, 11:23 AM IST

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଥାନା ସରସରା ଗ୍ରାମପଞ୍ଚାୟତର ବଘାରପାଲି ନିକଟରେ ଗତବାଲି ବିଳମ୍ବିତ ରାତିରେ ଏକ ଟ୍ରାକ୍ଟର ରାସ୍ତା ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଟ୍ରାକ୍ଟର ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବାଲି ଆଣିବା ପାଇଁ ଡ୍ରାଇଭର ସରସରା- ବଘାରପାଲି ଅଣଓସାରିଆ କଚ୍ଚା ରାସ୍ତାରେ ଯାଉଥିଲେ। ମାତ୍ର ଗାଡ଼ିଟି ଭାରସାମ୍ୟ ହରାଇ ଏକ ପୋଲ ନିକଟରେ  ରାସ୍ତା ତଳକୁ ଓଲଟି ପଡ଼ିଥିଲା।  ରାତି ହୋଇଥିବାରୁ ଦୁର୍ଘଟଣା ସମ୍ପର୍କରେ କେହି ଜାଣି ପାରି ନ ଥିଲେ। ସକାଳେ ସ୍ଥାନୀୟ ଲୋକେ ପହଞ୍ଚି ଡ୍ରାଇଭରଙ୍କ ମୃତ୍ୟୁ ହୋଇ ସାରିଥିବା ଦେଖିବାକୁ ପାଇଥିଲେ। ମୃତକଙ୍କ ଘର ଲଇଗାଆଁରେ ବୋଲି ଜଣାପଡ଼ିଛି।

Related story