ନୋ ମିଡିଲ୍‌ ମ୍ୟାନ୍‌, ନୂଆ ବର୍ଷରୁ ଅନଲାଇନ୍‌ରେ ହେବ ପରିବହନ ବିଭାଗ କାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ବର୍ଷରୁ ପରିବହନ ବିଭାଗରେ ଆସିବ ନୂଆ ସଂସ୍କାର। ଆଉ ଦରକାର ପଡ଼ିବେନି ମିଡିଲମ୍ୟାନ୍‌। ଏଣିକି ପରିବହନ ବିଭାଗର ସବୁ କାମ ଅନଲାଇନ୍‌ରେ ହେବ । ଆଜି ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା  । ଏଣିକି ଡ୍ରାଇଭିଂ ଲାଇସେନ୍ସ, ଗାଡି ପରମିଟ୍ ଭଳି ପରିବହନ ବିଭାଗର ସବୁ କାମ ଅନଲାଇନ୍‌ରେ ହେବ ।  ନୂଆବର୍ଷ ଅର୍ଥାତ୍ ଆସନ୍ତାକାଲିଠାରୁ ଏହି ନୂଆ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ପରିବହନ ବିଭାଗରେ […]

online

Niharika Rout
  • Published: Friday, 31 December 2021
  • , Updated: 31 December 2021, 12:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ବର୍ଷରୁ ପରିବହନ ବିଭାଗରେ ଆସିବ ନୂଆ ସଂସ୍କାର। ଆଉ ଦରକାର ପଡ଼ିବେନି ମିଡିଲମ୍ୟାନ୍‌। ଏଣିକି ପରିବହନ ବିଭାଗର ସବୁ କାମ ଅନଲାଇନ୍‌ରେ ହେବ । ଆଜି ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା  ।

ଏଣିକି ଡ୍ରାଇଭିଂ ଲାଇସେନ୍ସ, ଗାଡି ପରମିଟ୍ ଭଳି ପରିବହନ ବିଭାଗର ସବୁ କାମ ଅନଲାଇନ୍‌ରେ ହେବ ।  ନୂଆବର୍ଷ ଅର୍ଥାତ୍ ଆସନ୍ତାକାଲିଠାରୁ ଏହି ନୂଆ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି ।

ପରିବହନ ବିଭାଗରେ ବିଭିନ୍ନ କାମ ଲାଗି ମିଡିଲ୍‌ମ୍ୟାନ୍‌ ଦଲାଲଙ୍କ ଭୂମିକା ରହୁଥିବା ନେଇ ଅଭିଯୋଗ ଆସୁଥିଲା । ଅନେକାଂଶରେ ମିଡିଲମ୍ୟାନ୍‌ଙ୍କ ଭୂମିକା କମିଥିଲେ ବି ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇପାରିନାହିଁ । ଏଥିପାଇଁ ସମସ୍ତ କାର୍ଯ୍ୟ ଅନଲାଇନ୍‌ରେ କରିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ।

Related story