ବିଲଡର୍‌ଙ୍କ ଗୁଣ୍ଡାରାଜ ଅଭିଯୋଗ: ଭିଟାମାଟି ଛାଡିବେ ୫୨ ଆଦିବାସୀ ପରିବାର

Ordigital Desk
  • Published: Thursday, 22 June 2017
  • , Updated: 22 June 2017, 03:10 PM IST
<p>ସମ୍ୱଲପୁର: ଆଇନ କାନୁନକୁ ଆଖିଠାର ମାରି ଜଣେ ବିଲଡର୍&zwnj; ଆଦିବାସୀ ମାନଙ୍କ ଉପରେ ଗୁଣ୍ଡାରାଜ୍&zwnj; କରୁଥିବା ଅଭିଯୋଗ ହୋଇଛି। ବିଲଡରଙ୍କ ମନମୁଖୀ କାର୍ଯ୍ୟ ପାଇଁ ଭିଟାମାଟି ଛାଡିବାକୁ ବସିଛନ୍ତି ୫୨ଟି ଆଦିବାସୀ ପରିବାର। ଏଭଳି ଅଭିଯୋଗ ଆସିଛି ସମ୍ବଲପୁର ସହର ଉପକଣ୍ଠ &nbsp;ଅଇଁଠାପାଲି ଥାନା ଅନ୍ତର୍ଗତ ପନିଆପଡା ଗାଁରୁ। ବିଲଡର ଜୟଲାଲ୍ ବେହେରା ଏକ ସଂସ୍ଥା ପାଇଁ ମାଟି ଖନନ କାମ ଚଳାଇଛି। ଆଉ ମାଟି ସବୁକୁ ଟ୍ରାକ୍ଟରରେ ଲଦି ପାଖରେ ଥିବା ଆଦିବାସୀ ଗାଁ ଭିତରେ ପକାଉଛି। ବିଲଡର ରାସ୍ତାରେ ମାଟି ପକାଉଥିବାରୁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଁ ଚାରିପଟେ ମାଟି ପକା ଯାଉଥିବାରୁ ପାଣି ନିଷ୍କାସନରେ ଅସୁବିଧା ହେଉଛି।&nbsp; ବର୍ଷା ଦିନ ପୂର୍ବରୁ ମାଟି ସଫା ନ କଲେ ଘରେ ପାଣି ପଶିବାର ଆଶଙ୍କା ରହିଛି ବୋଲି ଗାଁ ଲୋକ ଅଭିଯୋଗ କରିଛନ୍ତି।</p> <p>[vc_video link=&quot; &quot; align=&quot;center&quot;]</p> <p>ଏନେଇ ଅଭିଯୋଗ କଲେ ବିଲଡର ଧମକ ଚମକ ଦେଉଥିବା ସହ ରାତି ଅଧରେ ଗୁଣ୍ଡା ପଠାଇ ଡରାଉଥିବା ଲୋକେ ଅଭିଯୋଗ କରିଛନ୍ତି। &nbsp;ଏନେଇ ଗାଁଲୋକେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ଗାଁ ଲୋକେ ଏକାଠି ହୋଇ ଘଟଣା ସମ୍ପର୍କରେ ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ଫେରାଦ ହୋଇଛନ୍ତି। ଘଟଣା ସମ୍ପର୍କରେ ଜାଣିବା ପରେ ଏସ୍&zwnj;ପି ସଦର ଏସ୍&zwnj;ଡିପିଓଙ୍କୁ ଏନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ନିକଟରେ ଆଦିବାସୀମାନେ ଅଭିଯୋଗ କଲାପରେ ପ୍ରଶାସନ ଘଟଣାକୁ ଗୁରୁତ୍ୱର ସହ ନେଇଛି । ଜିଲ୍ଲାପାଳ କହିଛନ୍ତି- &ldquo;ମୁଁ ନିଜେ କ୍ଷେତ୍ର ପରିଦର୍ଶନ କରିବି ଓ ଆବଶ୍ୟକ ହେଲେ ସଂପୃକ୍ତ ବିଲଡରକୁ ଗିରଫ କରାଯିବ।&rdquo;</p>

Related story