ଟ୍ରକ୍‌ ଡ୍ରାଇଭର ନିଖୋଜ ହେବା ଘଟଣା ନେଲା ନୂଆ ମୋଡ଼

ପାରାଦୀପ (ରମାକାନ୍ତ ନାୟକ): ଗତକାଲି ଅପରାହ୍ନରେ ପାରାଦୀପ ଭୁତମୁଣ୍ଡେଇ ପୋଲରୁ ମହାନଦୀକୁ ଖସିପଡ଼ି ଜଣେ ଟ୍ରକ୍‌ ଡ୍ରାଇଭର୍ ନିଖୋଜ ହେବା ଘଟଣା ନେଇଛି ନୂଆ ମୋଡ଼ । ପୋଲ ବାଡ଼କୁ ଆଉଜି ମୋବାଇଲ୍‌ରେ କଥା ହେବା ବେଳେ ଡ୍ରାଇଭର ଖସି ପଡ଼ିଥିବା ନେଇ ପ୍ରଥମେ ହେଲପର୍‌ ଗାଡ଼ି ମାଲିକଙ୍କୁ ଜଣାଇଥିଲେ। ମାତ୍ର ବାରମ୍ବାର ନିଜ ମତ ବଦଳାଉଥିବାରୁ ଏବେ ସନ୍ଦେହ ଘେରକୁ ଖୋଦ ହେଲପର୍‌ଜଣକ ଆସିଛନ୍ତି । ଉଭୟ ଡ୍ରାଇଭର ଓ ହେଲପର୍‌ଙ୍କ ମଧ୍ୟରେ ମାରପିଟ ହୋଇ […]

paradip-1.1

Niharika Rout
  • Published: Monday, 14 October 2019
  • , Updated: 14 October 2019, 02:20 PM IST

ପାରାଦୀପ (ରମାକାନ୍ତ ନାୟକ): ଗତକାଲି ଅପରାହ୍ନରେ ପାରାଦୀପ ଭୁତମୁଣ୍ଡେଇ ପୋଲରୁ ମହାନଦୀକୁ ଖସିପଡ଼ି ଜଣେ ଟ୍ରକ୍‌ ଡ୍ରାଇଭର୍ ନିଖୋଜ ହେବା ଘଟଣା ନେଇଛି ନୂଆ ମୋଡ଼ । ପୋଲ ବାଡ଼କୁ ଆଉଜି ମୋବାଇଲ୍‌ରେ କଥା ହେବା ବେଳେ ଡ୍ରାଇଭର ଖସି ପଡ଼ିଥିବା ନେଇ ପ୍ରଥମେ ହେଲପର୍‌ ଗାଡ଼ି ମାଲିକଙ୍କୁ ଜଣାଇଥିଲେ। ମାତ୍ର ବାରମ୍ବାର ନିଜ ମତ ବଦଳାଉଥିବାରୁ ଏବେ ସନ୍ଦେହ ଘେରକୁ ଖୋଦ ହେଲପର୍‌ଜଣକ ଆସିଛନ୍ତି । ଉଭୟ ଡ୍ରାଇଭର ଓ ହେଲପର୍‌ଙ୍କ ମଧ୍ୟରେ ମାରପିଟ ହୋଇ ଏପରି ଅଘଟଣ ଘଟିଥାଇପାରେ ବୋଲି  ପ୍ରାଥମିକ ତଦନ୍ତ ପରେ ପୁଲିସ୍‌ ଅନୁମାନ କରୁଛି।

ସୂଚନା ଅନୁସାରେ, ଗତକାଲି ଅଲେଖ ଏକ ଚଢ଼େଇ କିଣି ଗାଡ଼ିରେ ରଖିଥିଲେ। କିନ୍ତୁ ହେଲ୍‌ପର୍‌ ରାଜୁ ସେହି ଚଢ଼େଇଟିକୁ ଉଡ଼ାଇ ଦେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଗାଳିଗୁଲଜ ଓ ମାର୍‌ପିଟ୍‌ ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ଡ୍ରାଇଭର୍ ନଦୀକୁ ଖସି ପଡ଼ିଥିବା ସନ୍ଦେହ କରାଯାଉଛି।

ପାରାଦୀପ ଲକ୍ ଥାନା ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

Related story