ବୋଲେରୋରେ ଫେରୁଥିଲେ ୧୦ ବରଯାତ୍ରୀ, ପିଟି ଦେଲା ଟ୍ରକ୍‌

ସୋନପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲାର ମହାନଦୀ ସେତୁ ଉପରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ୫ ବୋଲେରୋ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।  ଗାଡ଼ିରେ ଥିବା ଅନ୍ୟ ୫ ଗୁରୁତରଙ୍କୁ ଗ୍ୟାସ୍‌ କଟରରେ କାଟି ବାହର କରାଯାଇଛି। ଏକ ବରଯାତ୍ରୀ ଦଳ ବୋଲେରୋରେ ଫେରୁଥିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଗତକାଲି ସୁବର୍ଣ୍ଣପୁର […]

accident

Niharika Rout
  • Published: Saturday, 22 January 2022
  • , Updated: 22 January 2022, 07:52 AM IST

ସୋନପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲାର ମହାନଦୀ ସେତୁ ଉପରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ୫ ବୋଲେରୋ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।  ଗାଡ଼ିରେ ଥିବା ଅନ୍ୟ ୫ ଗୁରୁତରଙ୍କୁ ଗ୍ୟାସ୍‌ କଟରରେ କାଟି ବାହର କରାଯାଇଛି। ଏକ ବରଯାତ୍ରୀ ଦଳ ବୋଲେରୋରେ ଫେରୁଥିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ନିମ୍ନା ଗାଁରୁ ବିନିକାର କଉଡିଆମୁଣ୍ଡାକୁ ଯାଇଥିଲେ ବରଯାତ୍ରୀ । ସେଠାରେ ବିବାହ ଉତ୍ସବରେ ଯୋଗ ଦେଇ ବିଳମ୍ବିତ ରାତିରେ  ଏକ ବୋଲୋରୋରେ ୧୦ ବରଯାତ୍ରୀ  ଫେରୁଥିଲେ।  ମାତ୍ର ମହାନଦୀ ସେତୁ ଉପରେ ସାମ୍ନା ପଟୁ ଆସୁଥିବା ଏକ ଧାନ ବୋଝେଇ ଟ୍ରକ ସହ ଗାଡ଼ିଟିର ମୁହାଁମୁହିଁ ଧକ୍କା ହୋଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ବୋଲେରୋରେ ବସିଥିବା ୫ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଗାଡିରେ ଥିବା ଅନ୍ୟ ୫ ଦୁର୍ଘଟଣାଗ୍ରସ୍ତଙ୍କୁ ଗ୍ୟାସ୍ କଟର ସାହାଯ୍ୟରେ କାଟି ଉଦ୍ଧାର କରାଯାଇଥିଲା । କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲ ସ୍ତାନାନ୍ତର କରାଯାଇଛି ।

ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ଥିବା ବେଳେ ଅନ୍ୟ ଏକ ପରିବାରର କକା- ପୁତୁରା ଥିବା ଜଣାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।  ସୋନପୁର ପୁଲିସ୍‌ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Related story