ପିଟି ଦେଲା ଟ୍ରକ୍‌, ଉଡ଼ିଗଲା କାର୍‌ର ଛାତ

କଳାହାଣ୍ଡି(ରାଜକୁମାର ସିଂଦେଓ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୬ ବୋରିଆ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କାର୍‌ର ଛାତ ଉଡ଼ି ଯାଇଥିବା ବେଳେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି। ଏହାବାଦ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ,  ଭବାନିପାଟଣା ଲୁହୁରାକାନୀ ଅଞ୍ଚଳରୁ ଏକ କାର୍ ଯୋଗେ ୬ ଜଣ କେସିଙ୍ଗା ଅଞ୍ଚଳକୁ  ଯାଉଥିଲେ। ମାତ୍ର ବୋରିଆ ନିକଟରେ ସାମ୍ନା ପଟୁ ଦ୍ରୁତ ଗତିରେ […]

accident

Niharika Rout
  • Published: Wednesday, 12 January 2022
  • , Updated: 12 January 2022, 11:29 AM IST

କଳାହାଣ୍ଡି(ରାଜକୁମାର ସିଂଦେଓ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୬ ବୋରିଆ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କାର୍‌ର ଛାତ ଉଡ଼ି ଯାଇଥିବା ବେଳେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି। ଏହାବାଦ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ,  ଭବାନିପାଟଣା ଲୁହୁରାକାନୀ ଅଞ୍ଚଳରୁ ଏକ କାର୍ ଯୋଗେ ୬ ଜଣ କେସିଙ୍ଗା ଅଞ୍ଚଳକୁ  ଯାଉଥିଲେ। ମାତ୍ର ବୋରିଆ ନିକଟରେ ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ କାର୍‌ଟିକୁ ଧକ୍କା ଦେଇଥିଲା। ଫଳରେ କାର୍‌ରେ ଥିବା ଡ୍ରାଇଭରଙ୍କ ସମେତ ୬ ଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟ ହୋଇଥିଲା। ବେଳେ । ମୃତ ବ୍ୟକ୍ତିଜଣକ ବଳରାମ ସୁନାନୀ ବୋଲି  ପ୍ରାଥମିକ ସୁଚନାରୁ ଜଣାପଡିଛି ।  ଅନ୍ୟ ୫ ଜଣ ଗୁରୁତର ଆହାତ ହୋଇ ଭବାନିପାଟଣା  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। କେସିଙ୍ଗା ପୁଲିସ ଉଭୟ ଗାଡିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

Related story