Advertisment

Student's Death: ପିନ୍‌ ଗିଳି ଛାତ୍ରଙ୍କ ମୃତ୍ୟୁ; ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଥାନାରେ ଏତଲା ଦେଲେ ବାପା

ଫୁଲବାଣୀର କଣ୍ଟ୍ରାକ୍ଟର ପଡ଼ାରେ ମାମୁ ଘରେ ରହି ଧୋବାତୋଟା ଆଦର୍ଶ ବିଦ୍ୟାଳୟରେ ପଢୁଥିଲେ ତୁଷାର ମିଶ୍ର। ସ୍କୁଲ ଛୁଟି ହେବା ପରେ ଘରକୁ ଫେରି ସେ ତାଙ୍କ ମାମୁ ତନ୍ମୟ ମିଶ୍ର ଓ ମାଇଁ କୃତିରାଣୀ ମିଶ୍ରଙ୍କୁ ପିନ୍ ଗିଳି ଦେଇଥିବା କଥା କହିଥିଲେ।

Dead Student

ମୃତ ଛାତ୍ର ଓ ତାଙ୍କ ଫୁସ୍‌ଫୁସ୍‌ରୁ ବାହାରିଥିବା ପିନ୍‌

Advertisment

ନୋଟିସ୍‌ ବୋର୍ଡରେ ଲାଗିଥିବା ପିନ୍ ଗିଳି ଫୁଲବାଣୀର ଧୋବାତୋଟା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ତୁଷାର ମିଶ୍ରଙ୍କ ମୃତ୍ୟୁ ଘଟଣାରେ ଆଜି ତାଙ୍କ ବାପା ଥାନାରେ ଦେଇଛନ୍ତି ଏତଲା। ପୁଅର ମୃତ୍ୟୁ ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ସେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନାରେ ଏତଲା ଦେଇଛନ୍ତି।

Advertisment

ଏଫଆଇଆରରେ ତୁଷାରଙ୍କ ବାପା କାଳିପ୍ରସାଦ ମିଶ୍ର ଉଲ୍ଲେଖ କରିଛନ୍ତି ଯେ, ଅକ୍ଟୋବର ୧୫ ତାରିଖ ଦିନ ୧୧ଟା ବେଳେ ଦୁର୍ଘଟଣାବଶତଃ ତାଙ୍କ ପୁଅ ସ୍କୁଲରେ ଏକ ପିନ୍ ଗିଳି ଦେଇଥିଲା। ଉକ୍ତ ପିନ୍‌ଟି ସ୍କୁଲ୍‌ ନୋଟିସ୍‌ ବୋର୍ଡର। ପିନ୍ ଗିଳି ଦେବା ନେଇ ସେ ପ୍ରଥମେ ତା’ ସାଙ୍ଗମାନଙ୍କୁ ଜଣାଇଥିଲା। ତା’ପରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ ଓ ଦରଖାସ୍ତ ଦେଇ ଘରକୁ ଯିବାକୁ ମଧ୍ୟ ଅନୁରୋଧ କରିଥିଲେ। କିନ୍ତୁ କେହି ତା’ କଥାକୁ ଗୁରୁତ୍ୱ ଦେଇ ନଥିଲେ। ସେ ମିଛ କହୁଛି ବୋଲି କହିଥିଲେ। ତା’ ସହିତ କିଛି ଖାଇବାକୁ ଓ ପାଣି ପିଇବାକୁ ତାକୁ ପରାମର୍ଶ ଦେଇଥିଲେ। ଫଳରେ ପିନ୍‌ଟି ପେଟକୁ ଚାଲିଯିବ ଓ ପରେ ବାହାଯିବ ବୋଲି କହିଥିଲେ। ଶିକ୍ଷକଙ୍କ କଥାମାନି ପୁଅ ଖାଦ୍ୟ ଖାଇବା ସହିତ ପାଣି ପିଇଥିଲା। ପୁଅ ଭୟଭୀତ ହୋଇ ଛୁଟି ହେବା ପର୍ଯ୍ୟନ୍ତ ସ୍କୁଲରେ ରହିଥିଲା। ଫଳରେ ପିନ୍‌ଟି ଫୁସଫୁସ ଆଡ଼କୁ ଠେଲି ହୋଇଯାଇଥିଲା। ସେ ଗଳାରେ ଯନ୍ତ୍ରଣା ଅନୁଭବ କରିଥିଲା। 

ଫୁଲବାଣୀର କଣ୍ଟ୍ରାକ୍ଟର ପଡ଼ାରେ ମାମୁ ଘରେ ରହି ଧୋବାତୋଟା ଆଦର୍ଶ ବିଦ୍ୟାଳୟରେ ପଢୁଥିଲେ ତୁଷାର ମିଶ୍ର। ସ୍କୁଲ ଛୁଟି ହେବା ପରେ ଘରକୁ ଫେରି ସେ ତାଙ୍କ ମାମୁ ତନ୍ମୟ ମିଶ୍ର ଓ ମାଇଁ କୃତିରାଣୀ ମିଶ୍ରଙ୍କୁ ପିନ୍ ଗିଳି ଦେଇଥିବା କଥା କହିଥିଲେ।

Advertisment

ତାଙ୍କ ବାପା ଦେଇଥିବା ଏତଲା ଅନୁସାରେ, ମାମୁ-ମାଇଁ ତୁଷାରଙ୍କୁ ସଙ୍ଗେ ସଙ୍ଗେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଏକ୍ସ’ରେ ରିପୋର୍ଟ ଦେଖିବା ପରେ ତୁଷାରକୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନେଇଯିବାକୁ ପରାମର୍ଶ ଦେଇଥିଲେ ଡାକ୍ତର। ତୁଷାରକୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବା ପୁଅକୁ ଭୁବନେଶ୍ୱର ନେଇଯିବା ପାଇଁ ଡାକ୍ତର କହିଥିଲେ। ତେଣୁ ସେମାନେ ତୁଷାରକୁ ଭୁବନେଶ୍ୱରର କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ସେଠାରୁ ଗୁରୁତର ଅବସ୍ଥାରେ ତାକୁ କଟକ ଶିଶୁ ଭବନକୁ ନିଆଯାଇଥିଲା। ଗତ ୧୬ ତାରିଖରେ ସେଠାରେ ୨ ଘଣ୍ଟାର ଅପରେସନ ପରେ ପିନ୍‌ଟିକୁ ଫୁସ୍‌ଫୁସରୁ ବାହାର କରାଯାଇଥିଲା। ଅପରେସନ ପରେ ୧୧ ଦିନ ଧରି ଭେଣ୍ଟିଲେଟରରେ ରହିବା ପରେ ଅକ୍ଟୋବର ୨୬ ତାରିଖରେ ତୁଷାରର ମୃତ୍ୟୁ ହୋଇଥିଲା। 

ତୁଷାରଙ୍କ ବାପା ଏଫଆଇଆରରେ ସ୍ପଷ୍ଟ ଭାବେ ଲେଖିଛନ୍ତି, ବିଦ୍ୟାଳୟ କର୍ମଚାରୀଙ୍କ ଅବହେଳା ଯୋଗୁ ଓ ଗୁରୁତର ସ୍ଥିତିକୁ ପରିହାସ କରି ଉଡ଼ାଇ ଦେବା ଫଳରେ ମୁଁ ମୋ ପୁଅକୁ ହରାଇଲି। ଯଦି ଠିକ୍ ସମୟରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଉଚିତ ପଦକ୍ଷେପ ଗ୍ରହଣ କରିଥା’ନ୍ତେ କିମ୍ବା ପରିବାର ଲୋକଙ୍କୁ ଜଣାଇଥା’ନ୍ତେ, ତେବେ ମୋ ପୁଅ ତୁଷାର ସଫଳତାର ସହିତ ଚିକିତ୍ସିତ ହୋଇପାରିଥା’ନ୍ତା ଏବଂ ତା’ର ଜୀବନ ବଞ୍ଚି ଯାଇପାରିଥା’ନ୍ତା। ଏହି ଘଟଣା ବିଦ୍ୟାଳୟ କର୍ମଚାରୀମାନଙ୍କର ସଂପୂର୍ଣ୍ଣ ଦାୟିତ୍ୱହୀନତା ଓ ଅପରାଧିକ ଅବହେଳାକୁ ସ୍ପଷ୍ଟ କରୁଛି, ଯାହା ମୋ ପୁଆର ମୃତ୍ୟୁ ପାଇଁ ସିଧାସଳଖ ଦାୟୀ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe