Advertisment

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଦନ୍ତାହାତୀ

ନରସିଂହପୁର (ଓଡ଼ିଶା ରିପୋର୍ଟର): ଆଠ ଦିନର ସଂଘର୍ଷ ପରେ ଶେଷରେ ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତାହାତୀ।ନରସିଂହପୁର ପଶ୍ଚିମ ବନବିଭାଗ ଜୟପୁର ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ନରସିଂହପୁର ପଶ୍ଚିମ ବନାଞ୍ଚଳ ରେଞ୍ଜର ପ୍ରଫୁଲ୍ଲ କୁମାର ଦେହୁରୀ। ଶିକାରୀମାନେ ହାତୀକୁ ୫ରୁ ୬ଟି ଛର୍‌ରା ମାରିଥିଲେ। ହାତୀର ଶୁଣ୍ଢରେ ୧, ଆଗ ଗୋଡ଼ରେ ୨, କାନ୍ଧ, କାନ ଓ ପେଟରେ ଛର୍‌ରା ବାଜିଥିଲା। ଏହା ପରେ ହାତୀଟି ଗୁରୁତର ଅସୁସ୍ଥ ହୋଇପଡ଼ିଥିଲା। […]

ଅଦ୍ୟତନ ହୋଇଛି
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଦନ୍ତାହାତୀ

Narsinghpur

Advertisment

ନରସିଂହପୁର (ଓଡ଼ିଶା ରିପୋର୍ଟର): ଆଠ ଦିନର ସଂଘର୍ଷ ପରେ ଶେଷରେ ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତାହାତୀ।ନରସିଂହପୁର ପଶ୍ଚିମ ବନବିଭାଗ ଜୟପୁର ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ନରସିଂହପୁର ପଶ୍ଚିମ ବନାଞ୍ଚଳ ରେଞ୍ଜର ପ୍ରଫୁଲ୍ଲ କୁମାର ଦେହୁରୀ।

Advertisment

ଶିକାରୀମାନେ ହାତୀକୁ ୫ରୁ ୬ଟି ଛର୍‌ରା ମାରିଥିଲେ। ହାତୀର ଶୁଣ୍ଢରେ ୧, ଆଗ ଗୋଡ଼ରେ ୨, କାନ୍ଧ, କାନ ଓ ପେଟରେ ଛର୍‌ରା ବାଜିଥିଲା। ଏହା ପରେ ହାତୀଟି ଗୁରୁତର ଅସୁସ୍ଥ ହୋଇପଡ଼ିଥିଲା। ଯନ୍ତ୍ରଣାରେ ଦନ୍ତାହାତୀଟି ଜଙ୍ଗଲ ଭିତରେ ଘୁରି ବୁଲୁଥିଲା। ଯନ୍ତ୍ରଣା ଅସହ୍ୟ ହେବାରୁ ଗର୍ଜନ କରୁଥିଲା। ତେବେ ଚାଲି ନପାରି ହାତୀଟି ଜଙ୍ଗଲ ଭିତରେ ଏକ ନାଳରେ ପଡ଼ି ଯାଇଥିଲା। ସେଠାରୁ ଛଟପଟ ହେଉଥିଲା। ନାଳରୁ ଉଠିବାକୁ ଚେଷ୍ଟା କରୁଥିଲା। ମାତ୍ର ନାଳରୁ ଉଠି ପାରୁନଥିଲା। ଜଙ୍ଗଲକୁ ଯାଇଥିବା ଲୋକମାନେ ଦେଖି ବନ ବିଭାଗକୁ ଖବର ଦେଇଥିଲେ।

ବିଳମ୍ୱରେ ହେଲେ ମଧ୍ୟ ବନ ବିଭାଗ ହାତୀ ପାଖରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲା। ହେଲେ ହାତୀର ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ହେଉଥିଲା। ହାତୀର ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡ଼ୁଥିବା ଦେଖି ଅଧିକ ଚିକିତ୍ସା ପାଇଁ ବଡ଼ମ୍ୱା ବିଧାୟକ ଦେବୀ ମିଶ୍ର ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ଅନୁରୋଧ କରିଥିଲେ। ଏପରିକି ହାତୀକୁ ଉଦ୍ଧାର ପାଇଁ କଟକ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ। ସେତେବେଳକୁ ହାତୀ ଦେହରେ ଗୁଳି ବାଜିଥିବା ସ୍ଥାନରେ ପୋକ ହୋଇଯାଇଥିବା ଅଭିଯୋଗ ହୋଇଥିଲା।

Advertisment

ଦେବୀ ମିଶ୍ରଙ୍କ ଅନୁରୋଧ ପରେ ରାଜ୍ୟ ସରକାର ତତ୍ପର ହୋଇଥିଲେ। ହାତୀର ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲେ। ଏପରି ଜଙ୍ଗଲ ଭିତରେ ହାତୀର ଚିକିତ୍ସା ଆରମ୍ଭ କରାଯାଇଥିଲା। ୮ ଦିନର ଚିକିତ୍ସା ପରେ ଆଜି ହାତୀଟି ଆଖି ବୁଜିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe