ସରକାର ବିରୁଦ୍ଧରେ ୧୨ ଦଳ ଏକାଠି, ରାଜ୍ୟପାଳଙ୍କୁ ଦେଲେ ଦାବିପତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ଓ ପରିଚାଳନା ଏବଂ ସାଧାରଣ ଲୋକଙ୍କ ଜୀବନଜୀବିକା ସମସ୍ୟାର ସମାଧାନ କରିବାରେ ବିଫଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଆଜି ୧୨ଟି ରାଜନୀତିକ ଦଳ ଏକାଠି ହୋଇ ପ୍ରତିବାଦ ଜଣାଇଛନ୍ତି। ଏହାସହିତ ରାଜ୍ୟପାଳଙ୍କୁ ଭେଟି ୧୭ଦଫା ସମ୍ବଳିତ ଦାବିପତ୍ର ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଆଜି ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକଠାରେ କରୋନା ମୁକାବିଲାରେ ବିଫଳ ହୋଇଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ବିରୁଦ୍ଧରେ […]

congress

congress

Manoranjan Sial
  • Published: Friday, 26 June 2020
  • Updated: 26 June 2020, 07:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ଓ ପରିଚାଳନା ଏବଂ ସାଧାରଣ ଲୋକଙ୍କ ଜୀବନଜୀବିକା ସମସ୍ୟାର ସମାଧାନ କରିବାରେ ବିଫଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଆଜି ୧୨ଟି ରାଜନୀତିକ ଦଳ ଏକାଠି ହୋଇ ପ୍ରତିବାଦ ଜଣାଇଛନ୍ତି। ଏହାସହିତ ରାଜ୍ୟପାଳଙ୍କୁ ଭେଟି ୧୭ଦଫା ସମ୍ବଳିତ ଦାବିପତ୍ର ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

ଆଜି ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକଠାରେ କରୋନା ମୁକାବିଲାରେ ବିଫଳ ହୋଇଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ବିରୁଦ୍ଧରେ କଂଗ୍ରେସ , ବାମଦଳ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକର ନେତାମାନେ ଏକଜୁଟ ହୋଇ କଡ଼ା ସମାଲୋଚନା କରିଥିଲେ। ୧୧ଟି ଦଳର ନେତୃବୃନ୍ଦ ଓ କର୍ମୀମାନେ ଏହି ପ୍ରତିବାଦ ସଭାରେ ଏକଜୁଟ ହୋଇଥିବାବେଳେ ଅନ୍ୟ ଗୋଟିଏ ଦଳର ପ୍ରତିନିଧି ରାଜ୍ୟପାଳଙ୍କୁ ଭେଟିଥିବା ଟିମରେ ସାମିଲ ହୋଇଥିଲେ।

କଂଗ୍ରେସ ସାଂସଦ ସପ୍ତଗିରି ଉଲାକା, ଆଶିଷ କାନୁନ୍‌ଗୋ, ଅଳିକିଶୋର ପଟ୍ଟନାୟକ, ଯୁଧିଷ୍ଠିର ମହାପାତ୍ର, ନିଶିକାନ୍ତ ମହାପାତ୍ର, ସୁଦର୍ଶନ ପ୍ରଧାନ, ଶିବରାମ, ଜ୍ୟୋତିରଂଜନ ମହାପାତ୍ର, ହେମନ୍ତ କୁମାର, ସୁରେଶ ପାଣିଗ୍ରାହୀ, ସୁଦର୍ଶନ ଦାସ ପ୍ରମୁଖ ରାଜ୍ୟପାଳଙ୍କୁ ଦାବି ପତ୍ର ଦେବା ସହିତ ଦାବିଗୁଡିକ ବିଷୟରେ ସବିଶେଷ ଆଲୋଚନା କରିଥିଲେ। କରୋନା ମୁକାବିଲା କରିବା କ୍ଷେତ୍ରରେ କୋଭିଡ୍ ଟେଷ୍ଟିଂ ଖୁବ୍ ଗୁରୁତ୍ୱ ବହନ କରୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ନଦେବା ଦୁର୍ଭାଗ୍ୟର ବିଷୟ ବୋଲି ପ୍ରତିନିଧି ଦଳ କହିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦିନକୁ ୧୫ ହଜାର କୋଭିଡ୍ ଟେଷ୍ଟିଂ କରିବାର ଘୋଷଣା କରି ସେଥିରୁ ଓହରିଯିବା ଏବଂ ପ୍ରବାସୀ ଶ୍ରମିକମାନଙ୍କୁ କୋଭିଡ୍ ଟେଷ୍ଟିଂ ନକରି ଘରକୁ ପଠାଇ ଦେବା ମହାମାରୀ ସଂକ୍ରମଣକୁ ବଢ଼ାଇ ଚାଲିଛି। କ୍ୱାରେଣ୍ଟାଇନ୍ ଅବଧି ପରେ ପ୍ରବାସୀ ଶ୍ରମିକମାନଙ୍କୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ଦେବାର ଘୋଷଣା କରି ସରକାର ସେଥିରୁ ପଛଘୁଂଚା ଦେଉଛନ୍ତି। ଓଡ଼ିଶା ଔଷଧ ନୁଗମରେ ଜିନିଷପତ୍ର କିଣାରେ ବ୍ୟାପକ ଦୁର୍ନୀତ ଆଦି ମୋଟ ୧୭ଟି ପ୍ରସଙ୍ଗରେ ଏହି ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଏମ, ସିପିଆଇଏମଏଲ ଲିବରେସନ, ସମାଜବାଦୀ ପାର୍ଟି, ଆମ୍ ଆଦ୍‌ମୀ ପାର୍ଟି, ଅଲ୍ ଇଣ୍ଡିଆ ଫର୍‌ୱାର୍ଡ ବ୍ଲକ, ସିପିଆଇଏମଏଲ୍ ରେଡ୍ ଷ୍ଟାର, ରାଷ୍ଟ୍ରୀୟ ଜନତା ଦଳ, ଏନ୍‌ସିପି, ସମୃଦ୍ଧ ଓଡ଼ିଶା ପ୍ରମୁଖ ଭାଗ ନେଇଥିଲେ। କଂଗ୍ରେସ ନେତା ତଥା ପିସିସି ସଭାପତିି ନିରଞ୍ଜନ ପଟ୍ଟନାୟକ, ଜନାର୍ଦ୍ଦନ ପତି, ରାମକୃଷ୍ଣ ପଣ୍ଡା, ପ୍ରଦୀପ ମାଝୀ, ରାମଚନ୍ଦ୍ର ଖୁଂଟିଆ, ଜୟଦେବ ଜେନା, ଶରତ ରାଉତ, ସୁରେଶ କୁମାର ରାଉତରାୟ, ପଂଚାନନ କାନୁନ୍‌ଗୋ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ବିପିନ୍ ଦାସ, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡା, ସନ୍ତୋଷ ଦାସ, ଅଭିରାମ ବେହେରା, ଜଗନ୍ନାଥ ମିଶ୍ର, ଅଶୋକ ପ୍ରଧାନ, ଜୟନ୍ତ ଦାସ, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଆଲୋକ ମହାପାତ୍ର, ବିଜୟ କୁମାର ସାହୁ, ସୁବଳ ଚରଣ ସାହୁ, ପ୍ରମିଳା ବେହେରା, ରାଜେନ୍ଦ୍ର ପ୍ରସାଦ ବାରିକ, ସୁର ଜେନା, ପ୍ରଣବ ଛୋଟରାୟ, ସଂଜୟ ନାୟକ, ସୁବ୍ରତ ଲେଙ୍କା, ଅମୀୟ କୁମାର ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଷ୍ଣୁ ଚରଣ ବାରିକ, ଜ୍ୟୋତିଷ ସାହୁ, ପଦ୍ମାକର ଗୁରୁ, ଲିଙ୍ଗରାଜ ସାହୁ, ମୋହନ ଜେନା, ଦୀପକ ମହାପାତ୍ର, ସତ୍ୟବ୍ରତ ନାୟକ, ଅଜିତ୍ ମଙ୍ଗରାଜ, ବେଣୁଧର ଭୋଇ, ସୁଶାନ୍ତ ତ୍ରିପାଠୀ, ସ୍ୱାଧିନବାଳା ଦାସ, ଶ୍ରୀୟାସ୍ମିତା ପଣ୍ଡା, କଳ୍ପନା ପଣ୍ଡା, ବିସ୍ମୟ ମହାପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story