ଟ୍ୱିନ୍‌ସିଟିର ଟ୍ରାଫିକ୍‌ ନିୟନ୍ତ୍ରଣ କରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଏଣିକି ଟ୍ୱିନ୍‌ସିଟି ଭୁବନେଶ୍ୱର ଓ କଟକର ଟ୍ରାଫିକ ବ୍ୟବସ୍ଥାକୁ ଛାତ୍ରଛାତ୍ରୀ ନିୟନ୍ତ୍ରଣ କରିବେ। ଏଥିପାଇଁ ୩୦୦ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯିବ। ଏମାନଙ୍କ ମଧ୍ୟରୁ ୨୦୦ ଜଣ ଭୁବନେଶ୍ୱର ଓ ବାକି ୧୦୦ ଜଣ କଟକରେ ଟ୍ରାଫିକ୍‌ ନିୟନ୍ତ୍ରଣ କରିବେ। ଏଥିପାଇଁ ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର ସ୍କଲାରସିପ୍‌ ସ୍କିମକୁ ରାଜ୍ୟ ସରକାର ଆଜି ଅନୁମତି ପ୍ରଦାନ କରିଛନ୍ତି। ଡିସେମ୍ବର ୧୫ ସୁଦ୍ଧା ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ଆଜି ନୋଟିସ୍‌ ଜାରି […]

traffic

Rakesh Mallick
  • Published: Tuesday, 01 November 2016
  • , Updated: 01 November 2016, 07:52 PM IST

ଭୁବନେଶ୍ୱର: ଏଣିକି ଟ୍ୱିନ୍‌ସିଟି ଭୁବନେଶ୍ୱର ଓ କଟକର ଟ୍ରାଫିକ ବ୍ୟବସ୍ଥାକୁ ଛାତ୍ରଛାତ୍ରୀ ନିୟନ୍ତ୍ରଣ କରିବେ। ଏଥିପାଇଁ ୩୦୦ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯିବ। ଏମାନଙ୍କ ମଧ୍ୟରୁ ୨୦୦ ଜଣ ଭୁବନେଶ୍ୱର ଓ ବାକି ୧୦୦ ଜଣ କଟକରେ ଟ୍ରାଫିକ୍‌ ନିୟନ୍ତ୍ରଣ କରିବେ। ଏଥିପାଇଁ ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର ସ୍କଲାରସିପ୍‌ ସ୍କିମକୁ ରାଜ୍ୟ ସରକାର ଆଜି ଅନୁମତି ପ୍ରଦାନ କରିଛନ୍ତି। ଡିସେମ୍ବର ୧୫ ସୁଦ୍ଧା ଏହି ଯୋଜନା କାର୍ଯ୍ୟକାରୀ କରାଯିବ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ଆଜି ନୋଟିସ୍‌ ଜାରି କରାଯାଇଛି। ଆଶାୟୀ ଛାତ୍ରଛାତ୍ରୀମାନେ କଲେଜ ଅଧ୍ୟକ୍ଷଙ୍କ ମାଧ୍ୟମରେ ଆବେଦନ କରିବେ। ଯାଞ୍ଚ ପରେ ୩୦୦ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯିବ। ସେମାନଙ୍କୁ ଟ୍ରାଫିକ ସମ୍ପର୍କିତ ପ୍ରଶିକ୍ଷଣ ଦିଆଯିବ। ଏହାସହ ଛାତ୍ରଛାତ୍ରୀଙ୍କୁ ଟିସାର୍ଟ, କ୍ୟାପ୍‌ ଓ ଜୋତା ପ୍ରଦାନ କରାଯିବ।

ଏହି ଛାତ୍ରଛାତ୍ରୀ ଦିନକୁ ୩ ଘଣ୍ଟା ଟ୍ରାଫିକ ନିୟନ୍ତ୍ରଣ କରିବେ। ମାସର ୧୫ ଦିନ ଏମାନଙ୍କୁ କାମ କରିବାକୁ ପଡିବ। ଦିନକୁ ୧୦୦ ଟଙ୍କା ହିସାବରେ ସେମାନଙ୍କୁ ମାସକୁ ୧୫୦୦ ଟଙ୍କା ପାରିଶ୍ରମିକ ପ୍ରଦାନ କରାଯିବ।

ଏହି ବ୍ୟବସ୍ଥା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଟ୍ରାଫିକ ସଚେତନତା ସୃଷ୍ଟି କରିବାକୁ କମିଶନରେଟ୍‌ ପୋଲିସ ଲକ୍ଷ୍ୟ ରଖିଛନ୍ତି।

Related story