ସମିତି ସଭ୍ୟଙ୍କ ସ୍ୱାମୀଙ୍କୁ ହତ୍ୟା ଘଟଣାରେ ୨ ଗିରଫ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍ ବାଗଡ଼ୋର ପଞ୍ଚାୟର ସମିତି ସଭ୍ୟ ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କୁ ଗୁଳି କରି ହତ୍ୟା କରିବା ମାମଲାରେ ୨ ଜଣ ଗିରଫ ହୋଇଛନ୍ତି। ବେଲପଡ଼ା ପୁଲିସ୍ ସେମାନଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ପାଟଣାଗଡ଼ ଥାନା ଝୁଲେନବର ଗାଁର ସୀତାରାମ ବିନ୍ଧାଣୀ ଓ ପାଟଣାଗଡ଼ ସହରର ରାମପାଲି ପଡ଼ାର ରବି ଶାଣ୍ଡ। ପୁଲିସ୍ ସେମାନଙ୍କୁ ପାଟଣାଗଡ଼ ଏସ୍‌ଡିଜିଏମ୍‌ କୋର୍ଟରେ ହାଜର କରିଥିଲା। ଜାମିନ […]

arrest

arrest

Jitendra Garnayak
  • Published: Wednesday, 30 March 2022
  • Updated: 30 March 2022, 07:08 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍ ବାଗଡ଼ୋର ପଞ୍ଚାୟର ସମିତି ସଭ୍ୟ ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କୁ ଗୁଳି କରି ହତ୍ୟା କରିବା ମାମଲାରେ ୨ ଜଣ ଗିରଫ ହୋଇଛନ୍ତି। ବେଲପଡ଼ା ପୁଲିସ୍ ସେମାନଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ପାଟଣାଗଡ଼ ଥାନା ଝୁଲେନବର ଗାଁର ସୀତାରାମ ବିନ୍ଧାଣୀ ଓ ପାଟଣାଗଡ଼ ସହରର ରାମପାଲି ପଡ଼ାର ରବି ଶାଣ୍ଡ। ପୁଲିସ୍ ସେମାନଙ୍କୁ ପାଟଣାଗଡ଼ ଏସ୍‌ଡିଜିଏମ୍‌ କୋର୍ଟରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହୋଇଯିବା ପରେ ସେମାନଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି।

ଗତ ୨୮ ତାରିଖ ସନ୍ଧ୍ୟାରେ ସୀତାରାମ ବିନ୍ଧାଣୀ, ରବି ଶାଣ୍ଡ ଓ ବରଗଡ଼ ଜିଲ୍ଲା ପଦ୍ମପୁରର ଜଣେ ଯୁବକ ବନମାଲ ଗାଁକୁ ଯାଇ ଲୋକନାଥ ବିଶ୍ୱାଳକୁ ଗୁଳି କରି ହତ୍ୟା କରିଥିଲେ। ଅଭିଯୁକ୍ତମାନେ ଫେରାର ହୋଇଯାଉଥିବା ବେଳେ ଲାଠୋର ପୁଲିସ ସେମାନଙ୍କୁ ଲାଠୋର ସହର ଭିତରେ କାବୁ କରିଥିଲା। ତେବେ ସେମାନଙ୍କ ମଧ୍ୟରୁ ପଦ୍ମପୁରର ଯୁବକ ଜଣଙ୍କ ଫେରାର ହେବାରେ ସଫଳ ହୋଇଥିଲେ।

ଅନ୍ୟପକ୍ଷରୁ ମୃତ୍ୟୁ ପୂର୍ବରୁ ଲୋକନାଥ ବିଶ୍ୱାଳ ତାଙ୍କ ଗାଁର ବସୁ ବିଶ୍ୱାଳ, ଗିରିଧାରୀ ସା ଓ ନୟନ୍ତ ବିଶ୍ୱାଳଙ୍କ ନାଁ କହିଥିଲେ। ପୁଲିସ ଏହି ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

[caption id="attachment_723961" align="aligncenter" width="650"]victim ବନିତା ଓ ଲୋକନାଥ ବିଶ୍ୱାଳ (ଫୁଲମାଳ ପଡ଼ିଛି)[/caption]

ଜଣେ ପୁଲିସ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ଲୋକନାଥଙ୍କୁ ମାରିବା ପାଇଁ ଗିରଫ ସୀତାରାମ ବିନ୍ଧାଣୀ ଓ ରବି ଶାଣ୍ଡଙ୍କ ସହିତ ଫେରାର ଯୁବକ ସୁପାରି ପାଇଥିଲେ। ପୁଲିସ୍ ଫେରାର ଯୁବକଙ୍କୁ ଖୋଜୁଥିବା ବେଳେ ଲୋକନାଥଙ୍କୁ ମାରିବାକୁ କିଏ ଓ କାହିଁକି ଦେଇଥିଲା ସୁପାରୀ, ସେ ନେଇ କିଛି କୁହାଯାଇନାହିଁ। ଏହି ହତ୍ୟାକାଣ୍ଡରେ ଆହୁରି ଅନେକ ଲୋକଙ୍କ ସଂପୃକ୍ତି ଥିବା ପୁଲିସ୍ ସନ୍ଦେହ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos