ଛେଳି ଖୋଜିବା ପାଇଁ ଯାଇଥିଲେ, ଘଟିଲା ଅଘଟଣ

ଆସିକା(ମନୋଜ ମୁନି): ହଜି ଯାଇଥିବା ଛେଳିକୁ ଖୋଜିବା ପାଇଁ ଜଙ୍ଗଲକୁ ଯାଇଥିଲେ୨ ଭାଇ। ଛେଳି ତ ପାଇଲେନି। ତା ପୂର୍ବରୁ ନିଜେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଗଲେ। ଏଥିଯୋଗୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ  ଗୁରୁତର ଆହତ ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଦୋରାବଗଡ଼ ଗାଁରେ। ମୃତକ ହେଲେ ଏନ.ନରସିଂହ ଦୋରା। ଆହତ ଡି.ନାଗେଶ୍ଵର ଦୋରାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି […]

asika,,,

Tapaswini Nayak
  • Published: Friday, 23 August 2019
  • , Updated: 23 August 2019, 08:58 AM IST

ଆସିକା(ମନୋଜ ମୁନି): ହଜି ଯାଇଥିବା ଛେଳିକୁ ଖୋଜିବା ପାଇଁ ଜଙ୍ଗଲକୁ ଯାଇଥିଲେ୨ ଭାଇ। ଛେଳି ତ ପାଇଲେନି। ତା ପୂର୍ବରୁ ନିଜେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଗଲେ। ଏଥିଯୋଗୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ  ଗୁରୁତର ଆହତ ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଦୋରାବଗଡ଼ ଗାଁରେ।

ମୃତକ ହେଲେ ଏନ.ନରସିଂହ ଦୋରା। ଆହତ ଡି.ନାଗେଶ୍ଵର ଦୋରାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏମାନେ ସମ୍ପର୍କରେ ଦୁଇ ଭାଇ ।

ସୂଚନାଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଦୁଇ ଭାଇ ହଜି ଯାଇଥିବା ଛେଳିକୁ ଖୋଜିବା ପାଇଁ ଜଙ୍ଗଲକୁ ଯାଇଥିଲେ। ହେଲେ ଅଜାଣତରେ ପୂର୍ବରୁ ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଉଭୟ ଆସି ଯାଇଥିଲେ। ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ ଘଟିଥିବା ବେଳେ ବଡ଼ ଭାଇ ଗୁରୁତର ହୋଇଥିଲେ। ପ୍ରଥମେ ବଡ଼ ଭାଇକୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା।  ମାତ୍ର ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ବାର୍‌ହା ଶିକାର ପାଇଁ ବିଛାଯାଇଥିବା ତାର ଓ କିଛି କାଚକୁ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତଙ୍କୁ ଧରିବା ଲାଗି ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଛି।

Related story