ପିକ୍‌ଅପ୍‌ ଭ୍ୟାନ୍ ଓଲଟି ୨ ମୃତ, ୫ ଆହତ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବଦଲିଗୁଡ଼ା ଛକ ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍ ଓଲଟି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ମୃତାହତ ଏମ୍‌ପିଭି-୨୯ ଗ୍ରାମର। ସେମାନେ ଆଜି ସକାଳେ କେନ୍ଦୁପତ୍ର ତୋଳିବାକୁ ଜଙ୍ଗଲକୁ ଯାଇଥିଲେ। କେନ୍ଦୁପତ୍ର ତୋଳିବା ପରେ ସେଗୁଡ଼ିକୁ ବିକ୍ରି କରିବା ପାଇଁ ଭେଜଙ୍ଗବାଡ଼ା ଫଡ଼ିକୁ ଯାଇଥିଲେ। ସେଠାରୁ ସେମାନେ […]

Malkangiri Hospital

Malkangiri Hospital

Jitendra Garnayak
  • Published: Friday, 29 April 2022
  • Updated: 29 April 2022, 05:36 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବଦଲିଗୁଡ଼ା ଛକ ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍ ଓଲଟି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସମସ୍ତ ମୃତାହତ ଏମ୍‌ପିଭି-୨୯ ଗ୍ରାମର। ସେମାନେ ଆଜି ସକାଳେ କେନ୍ଦୁପତ୍ର ତୋଳିବାକୁ ଜଙ୍ଗଲକୁ ଯାଇଥିଲେ। କେନ୍ଦୁପତ୍ର ତୋଳିବା ପରେ ସେଗୁଡ଼ିକୁ ବିକ୍ରି କରିବା ପାଇଁ ଭେଜଙ୍ଗବାଡ଼ା ଫଡ଼ିକୁ ଯାଇଥିଲେ। ସେଠାରୁ ସେମାନେ ପିକ୍‌ଭ୍ୟାନ୍ ଯୋଗେ ଫେରୁଥିବା ବେଳେ ଅପରାହ୍ଣ ପ୍ରାୟ ୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ପିକ୍‌ଅପ୍‌ ଭ୍ୟାନ୍‌ରେ ଡ୍ରାଇଭରଙ୍କୁ ମିଶାଇ ମୋଟ ୮ ଜଣ ଥିଲେ। ବଦଲିଗୁଡ଼ା ଛକ ନିକଟରେ ଏକ ବାଇକ୍‌କୁ ସାଇଡ୍‌ ଦେବାକୁ ଯାଇ ଦ୍ରୁତ ଗତିରେ ଯାଉଥିବା ପିକ୍‌ଅପ୍ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ଘଟିବା ପରେ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ ସମସ୍ତ ୭ ଆହତଙ୍କୁ ଏକ ଗାଡ଼ିରେ ପ୍ରଥମେ ଏମ୍‌ପିଭି-୨୬ ଡାକ୍ତରଖାନାକୁ ନେଇଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ କାଲିମେଳା ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା। ସେଠାରେ ଡାକ୍ତର ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଆଉ ୨ ଜଣ ଚିକିତ୍ସାଧୀନ ଅଛନ୍ତି।

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ୨ ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଆଉ ଜଣଙ୍କର ଛାତିରେ ଆଘାତ ଲାଗିଛି। ଆବଶ୍ୟକ ପଡ଼ିଲେ ସେମାନଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର ସିଦ୍ଧାନ୍ତ ଭୋଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos