ଗଛରେ ପିଟି ହେଲା ବାଇକ୍‌, ୨ ଯୁବକଙ୍କ ମୃତ୍ୟୁ

ବାଲିଗୁଡ଼ା (ଅଜିତ ନାୟକ): ଗଛରେ ବାଇକ ପିଟି ହେବାରୁ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ସୁଲୁମାହା ଘାଟି ନିକଟରେ। ମୃତ ଯୁବକ ଦ୍ୱୟ ହେଉଛନ୍ତି ସାଲେଜୁ ଗାଁର ସାଲୁ ପ୍ରଧାନ ଓ ଅମୀପ ପ୍ରଧାନ। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇ ଦାରିଙ୍ଗବାଡ଼ି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ଏହି ୩ ଜଣ ଯୁବକ ଏକ ବାଇକ୍ ଯୋଗେ […]

Bike

Jitendra Garnayak
  • Published: Wednesday, 01 June 2022
  • , Updated: 01 June 2022, 09:28 PM IST

ବାଲିଗୁଡ଼ା (ଅଜିତ ନାୟକ): ଗଛରେ ବାଇକ ପିଟି ହେବାରୁ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ସୁଲୁମାହା ଘାଟି ନିକଟରେ।

ମୃତ ଯୁବକ ଦ୍ୱୟ ହେଉଛନ୍ତି ସାଲେଜୁ ଗାଁର ସାଲୁ ପ୍ରଧାନ ଓ ଅମୀପ ପ୍ରଧାନ। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇ ଦାରିଙ୍ଗବାଡ଼ି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ, ଏହି ୩ ଜଣ ଯୁବକ ଏକ ବାଇକ୍ ଯୋଗେ ଦାରିଙ୍ଗବାଡ଼ିରୁ ସେମାନଙ୍କ ଗ୍ରାମ ସାଲେଜୁକୁ ଫେରୁଥିଲେ। ବାଇକ୍‌ଟିର ବେଗ ଅଧିକ ଥିବାରୁ ତାହା ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା।

ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡ଼ିଥିବା ୩ ଜଣ ଯାକ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲ୍ ନେଇଥିଲେ। ହେଲେ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ।

ଦାରିଙ୍ଗବାଡ଼ି ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

Related story