ଲମତାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ଅନ୍ତର୍ଗତ ଚମ୍ପାପୁଟ ଗାଁ ନିକରେ ଟ୍ରକ ଧକ୍କାରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।
ମୃତାହତମାନେ ପାଡ଼ୁଆ ଥାନା ଅନ୍ତର୍ଗତ ପୂଜାରୀପୁଟର ବୋଲି ଜଣାପଡ଼ିଛି। ସେମାନେ ପାଡ଼ୁଅ ଅଞ୍ଚଳରୁ ପୂଜାରୀପୁଟ ଫେରୁଥିବା ବେଳେ ଚମ୍ପାପୁଟ ନିକଟରେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା।
ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ନନ୍ଦପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଉଥିବା ବେଳେ ପ୍ରାଣ ହରାଇଥିଲେ। ଆଉ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ରାସ୍ତାରୋକ କରିଛନ୍ତି। ଫଳରେ ବିଶାଖାପାଟଣା, ନନ୍ଦପୁର ଓ ଲମତାପୁଟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୁଲିସ୍ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଶଙ୍ଖ ଭବନ ହୋଟେଲ୍ରେ ପରିଣତ ହୋଇଛି: ଜଗା; ଜବାବ ରଖିଲେ ଅରୁଣ
ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ହୋଟେଲ୍ ମନ୍ତବ୍ୟର ଜବାବ ରଖିଛନ୍ତି ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ। ସେ କହିଛନ୍ତି, ରେଲୱେର କ୍ୟାଣ୍ଟିନ୍ ଅଛି। ସଂସଦରେ ମଧ୍ୟ କ୍ୟାଣ୍ଟିନ୍ ରହିଛି। ଅବଶ୍ୟ ଖାଇବା ଲୋଭ କାହାର ଅଛି, ତାହା ମିଡିଆରେ ଦେଖାଯାଉଛି।
Miscellaneous
ଗଞ୍ଜାମରୁ ବ୍ରହ୍ମଗିରି ଯାଉଥିଲା ୪ କ୍ୱିଣ୍ଟାଲ ଗଞ୍ଜେଇ, ମାଡ଼ି ବସିଲା ଅବକାରୀ ବିଭାଗ
ଏତେ ପରିମାଣର ଗଞ୍ଜେଇ ଗଞ୍ଜାମର ଶେରଗଡ଼ ଅଞ୍ଚଳରୁ ନିରାକାରପୁର ଦେଇ ବ୍ରହ୍ମଗିରି ଯାଉଥିଲା। କିନ୍ତୁ ନରାକରପୁର ଠାରେ ଏହାକୁ ଜବତ କରାଯାଇଛି।
Health
ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ, ସ୍ୱାକ୍ଷର ହେଲା MOU
ଆଜି ଏମୟୁ ସ୍ୱାକ୍ଷରିତ ହୋଇଥିବା ବେଳେ ଖୁବଶୀଘ୍ର ଏହା ରାଜ୍ୟରେ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ସେହପରି ରାଜ୍ୟର ପ୍ରାୟ ୩ କୋଟି ଲୋକ ଏହି ଯୋଜନାର ଫାଇଦା ପାଇବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।
Miscellaneous
କ୍ରିକେଟର ଫାଇନାଲ ମ୍ୟାଚ୍ ନେଲା ଗୋଷ୍ଠୀ ସଂଘର୍ଷର ରୂପ, ବ୍ୟାପକ ଭଙ୍ଗାରୁଜା
ବେଡ଼ାପଡ଼ା ଗାଁରେ ସୁବାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।
Miscellaneous
ବାଗେଶ୍ୱର ବାବାଙ୍କ ବଡ଼ ବୟାନ: ଓଡ଼ିଶାରୁ ବାଜି ପାରେ ହିନ୍ଦୁ ରାଷ୍ଟ୍ରର ବିଗୁଲ
ତାଙ୍କ କହିବା କଥା ଯେ ସମସ୍ତ ହିନ୍ଦୁ ଗୋଟିଏ କାରଣ ପାଇଁ ଏକାଠି ହେବାର ସମୟ ଆସି ଯାଇଛି। ସେହିପରି ହିନ୍ଦୁ ରାଷ୍ଟ୍ର ଗଠନର ବିଗୁଲ କେବଳ ଓଡ଼ିଶାରୁ ବାଜି ପାରେ ବୋଲି ସେ କହଛନ୍ତି।