ଦୁର୍ଘଟଣାରେ ଦୁଇ ଛାତ୍ରଙ୍କ ମୃତ୍ୟୁ, ଜଣେ ଗୁରୁତର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର ଆହତ ହୋଇ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର ହୋଇଛନ୍ତି। ମୃତକମାନେ ହେଲେ ଗିରିଜା ବାଗ‌୍‍ ଓ ଚନ୍ଦ୍ରାଂଶୁ ପତି ମିଶ୍ର। ଆହତ ଛାତ୍ରଙ୍କ ନାଁ ସୌମ୍ୟକେତନ ସାହୁ। ଏମାନେ ସମସ୍ତେ ଏଥର ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଜଣାପଡ଼ିଛି। ଆଜି ନୟାପଲ୍ଲୀ ଓଭରବ୍ରିଜ‌୍‍ ଦେଇ ଗିରିଜା, ଚନ୍ଦ୍ରାଂଶୁ ଓ ସୌମ୍ୟ ଏକ ବାଇକ‌୍‍ରେ ଘରକୁ […]

deadbody

Jitendra Garnayak
  • Published: Saturday, 25 May 2019
  • , Updated: 25 May 2019, 09:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର ଆହତ ହୋଇ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର ହୋଇଛନ୍ତି।

ମୃତକମାନେ ହେଲେ ଗିରିଜା ବାଗ‌୍‍ ଓ ଚନ୍ଦ୍ରାଂଶୁ ପତି ମିଶ୍ର। ଆହତ ଛାତ୍ରଙ୍କ ନାଁ ସୌମ୍ୟକେତନ ସାହୁ। ଏମାନେ ସମସ୍ତେ ଏଥର ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଜଣାପଡ଼ିଛି।

ଆଜି ନୟାପଲ୍ଲୀ ଓଭରବ୍ରିଜ‌୍‍ ଦେଇ ଗିରିଜା, ଚନ୍ଦ୍ରାଂଶୁ ଓ ସୌମ୍ୟ ଏକ ବାଇକ‌୍‍ରେ ଘରକୁ ଫେରୁଥିବା ବେଳେ ଡିଭାଇଡର‌୍‍ରେ ପିଟି ହୋଇ ରାସ୍ତାର ଅପରପାର୍ଶ୍ୱକୁ ଛିଟିକି ପଡ଼ିଥିଲେ। ଏହି ସମୟରେ କଟକ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ‌୍‍ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ଗିରିଜା ଓ ଚନ୍ଦ୍ରାଂଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ସୌମ୍ୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ ମୃତ ଚନ୍ଦ୍ରାଂଶୁ ପତି ମିଶ୍ର ବରିଷ୍ଠ ସାମ୍ୱାଦିକ ହିମାଂଶୁ ପତି ମିଶ୍ରଙ୍କ ଏକମାତ୍ର ପୁତ୍ର।

Related story