ଘରକୁ ଫେରୁଥିବା ବେଳେ ପିଟିଦେଲା ପିକ୍‌ଅପ୍‌ ଭ୍ୟାନ୍‌

ଜଗତସିଂହପୁର(ଶଶାଙ୍କ ପଣ୍ଡା):  ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ନାରଦିଆ ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ଏରସମା ଥାନା ମଠସାହି ଗାଁର ପୁଷ୍ପକ କାଣ୍ଡି ଓ ନକୁଳ କାଣ୍ଡି। ଉଭୟ ଏକ ବାଇକରେ ବାଲିକୁଦାରୁ ଘରକୁ ଫେରୁଥିବା ବେଳେ ନାରଦିଆ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ପିକ୍‌ଅପ୍‌ ଭ୍ୟାନରେ ପିଟି ହୋଇ ଯାଇଥିଲେ। ଖବର ପାଇ ବାଲିକୁଦା ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ […]

accident

Manoranjan Sial
  • Published: Saturday, 15 August 2020
  • , Updated: 15 August 2020, 06:25 PM IST

ଜଗତସିଂହପୁର(ଶଶାଙ୍କ ପଣ୍ଡା):  ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ନାରଦିଆ ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ଏରସମା ଥାନା ମଠସାହି ଗାଁର ପୁଷ୍ପକ କାଣ୍ଡି ଓ ନକୁଳ କାଣ୍ଡି। ଉଭୟ ଏକ ବାଇକରେ ବାଲିକୁଦାରୁ ଘରକୁ ଫେରୁଥିବା ବେଳେ ନାରଦିଆ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ପିକ୍‌ଅପ୍‌ ଭ୍ୟାନରେ ପିଟି ହୋଇ ଯାଇଥିଲେ।

ଖବର ପାଇ ବାଲିକୁଦା ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବାଲିକୁଦା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ବାଲିକୁଦା ପୁଲିସ ଦୁର୍ଘଟଣା ଘଟାଇଥିବା ଭ୍ୟାନକୁ ଜବତ କରିବା ସହିତ ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

Related story