BMCର ୨ଟି ଅଳିଆ ବୁହା ଗାଡ଼ିକୁ ୩୨ ହଜାର ଫାଇନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨ ଦଫାରେ ୬ ମାସ କୋହଳ ହେବା ପରେ ମାର୍ଚ୍ଚ ୧ରୁ କଡ଼ାକଡ଼ି ଭାବେ ଲାଗୁ ହୋଇଛି ନୂଆ ଟ୍ରାଫିକ ନିୟମ। ଏଣିକି ନିୟମ ଉଲ୍ଲଂଘନକାରୀଙ୍କୁ ଆଉ କୌଣସି ନିସ୍ତାର ନାହିଁ। ଯେଉଁମାନେ ନିୟମ ଭାଙ୍ଗୁଛନ୍ତି ସେମାନଙ୍କ ନିକଟରୁ ମୋଟା ଅଙ୍କର ଜରିମାନା ଆଦାୟ ହେଉଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ୨ଟି ଅଳିଆ ବୁହା ଡମ୍ପର ଗାଡ଼ି ପଡ଼ିଛି ପରିବହନ ବିଭାଗ ହାବୁଡ଼ରେ। ଏହି ୨ଟି ଗାଡ଼ିକୁ  ୩୨ ହଜାର ୫୦୦ ଟଙ୍କା ଜରିମାନା […]

bmc-1--1

Niharika Rout
  • Published: Tuesday, 03 March 2020
  • , Updated: 03 March 2020, 02:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨ ଦଫାରେ ୬ ମାସ କୋହଳ ହେବା ପରେ ମାର୍ଚ୍ଚ ୧ରୁ କଡ଼ାକଡ଼ି ଭାବେ ଲାଗୁ ହୋଇଛି ନୂଆ ଟ୍ରାଫିକ ନିୟମ। ଏଣିକି ନିୟମ ଉଲ୍ଲଂଘନକାରୀଙ୍କୁ ଆଉ କୌଣସି ନିସ୍ତାର ନାହିଁ। ଯେଉଁମାନେ ନିୟମ ଭାଙ୍ଗୁଛନ୍ତି ସେମାନଙ୍କ ନିକଟରୁ ମୋଟା ଅଙ୍କର ଜରିମାନା ଆଦାୟ ହେଉଛି।

ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ୨ଟି ଅଳିଆ ବୁହା ଡମ୍ପର ଗାଡ଼ି ପଡ଼ିଛି ପରିବହନ ବିଭାଗ ହାବୁଡ଼ରେ। ଏହି ୨ଟି ଗାଡ଼ିକୁ  ୩୨ ହଜାର ୫୦୦ ଟଙ୍କା ଜରିମାନା କରିଛି ପରିବହନ ବିଭାଗ। ଗୋଟିଏ ଗାଡ଼ିକୁ ୨୨ ହଜାର ଟଙ୍କା ଜରିମାନା କରାଯାଇଥିବାବେଳେ, ଅନ୍ୟଟିକୁ ୧୦, ୫୦୦ ଟଙ୍କା ଜରିମାନା କରାଯାଇଛି।

ପରମିଟ୍, ପଲ୍ୟୁସନ୍‌ ଓ ଗାଡ଼ିର ଇନ୍‌ସ୍ୟୁରାନ୍ସ ନ ଥିବାରୁ ଗୋଟିଏ ଗାଡ଼ିକୁ ୨୨ ହଜାର , ପଲ୍ୟୁସନ୍‌ ଓ ସାଧାରଣ ଅପରାଧ ପାଇଁ ଅନ୍ୟଟିକୁ ୧୦ ହଜାର ୫ଶହ ଟଙ୍କା ଜରମାନା ହୋଇଛି। ବିଏମ୍‌ସିର ଏହି ୨ଟି ଅଳିଆ ବୁହା ଡମ୍ପରକୁ RTO ସ୍କ୍ୱାଡ୍ ଭୁବନେଶ୍ୱର ରଘୁନାଥପୁର ପୋଲ ଉପରେ ଧରିଥିଲେ।

Related story