Advertisment

Accident: ପିଟି ଦେଇ ଫେରାର; ୨ ଛାତ୍ରୀ ମୃତ

ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ପ୍ରଦାନ କରିବାକୁ ସହିତ ଅତିଶୀଘ୍ର ବାରିଗାଁରୁ ବେଲବାହାଳି ପର୍ଯ୍ୟନ୍ତ ସର୍ଭିସ ରୋଡ୍ ତିଆରି କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

Dead Student

ମୃତ ଦୁଇ ଛାତ୍ରୀ

Advertisment

ଅଜଣା ଗାଡ଼ି ଧକ୍କାରେ ଆଜି କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ସାଳପଡ଼ା ସ୍ଥିତ କନକ ମଞ୍ଜରୀ (ଡିଗ୍ରୀ) ମହିଳା ମହାବିଦ୍ୟାଳୟର ଦୁଇ ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ସେମାନେ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ଥିଲେ।

Advertisment

ମୃତ ଛାତ୍ରୀ ଦ୍ୱୟ ହେଉଛନ୍ତି ଦୀପାଞ୍ଜଳି ସାହୁ ଓ ଅନ୍ନପୂର୍ଣ୍ଣା ପାତ୍ର। ଦୀପାଞ୍ଜଳିଙ୍କ ଘର ବେଲବାହାଳିରେ ହୋଇଥିବା ବେଳେ ଅନ୍ନପୂର୍ଣ୍ଣାଙ୍କ ଘର ସିଆପଡ଼ାରେ। 

ଏହି ଦୁଇ ଛାତ୍ରୀ ସାଇକେଲ ଯୋଗେ କଲେଜରୁ ଘରକୁ ଫେରୁଥିବା ବେଳେ ବାରିଗାଁ ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ କୌଣସି ଏକ ଗାଡ଼ି ସେମାନଙ୍କୁ ପିଟି ଦେଇ ପଳାଇଥିଲା। କେଉଁ ଗାଡ଼ି ପିଟିଲା, ତାହା ସ୍ପଷ୍ଟ ହୋଇନଥିବା ବେଳେ ଏକ କାର ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିବା କୁହାଯାଉଛି। 

Advertisment

ଯେଉଁ ଗାଡ଼ି ଧକ୍କା ଦେଇଥିଲା, ତାହା ଦ୍ରୁତଗତିରେ ଯାଇଥିବା ଅନୁମାନ କରାଯାଉଛି। କାରଣ ଗାଡ଼ି ଧକ୍କାରେ ଛାତ୍ରୀ ଦ୍ୱୟ ରାସ୍ତାକଡ଼ ଜମିକୁ ଛିଟିକି ପଡ଼ିଥିଲେ। 

ଏହି ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ଖବର ଲେଖାଯିବା ସୁଦ୍ଧା ରାସ୍ତାରୋକ ହଟିନଥିଲା। ଅପରପକ୍ଷେ ପୁଲିସ ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚିବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ପ୍ରଦାନ କରିବାକୁ ସହିତ ଅତିଶୀଘ୍ର ବାରିଗାଁରୁ ବେଲବାହାଳି ପର୍ଯ୍ୟନ୍ତ ସର୍ଭିସ ରୋଡ୍ ତିଆରି କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସର୍ଭିସ ରୋଡ୍ ନିହାତି ଜରୁରୀ ବୋଲି କହିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ ଅମୀମା ମିଶ୍ର। ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ପୁଲିସ ତୁରନ୍ତ ଜବତ କରି ଡ୍ରାଇଭର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe