ପବିତ୍ର ସମ୍ପର୍କରେ ପାପର ଛିଟା: ଝିଅର ଇଜ୍ଜତ ଲୁଟିଲା ବାପା, ଝିଆରୀକୁ ଦୁଷ୍କର୍ମ କଲା କକା
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମାଜ ହେଉ କି ପରିବାର କେଉଁଠି ସୁରକ୍ଷିତ ନୁହଁନ୍ତି ଆମ କୁନିଝିଅ। ଏକଥା ଆମେ କହୁନୁ। ସୁରତ ଓ ନୀଳଗିରି ଭଳି ଘଟଣାକୁ ନେଇ ଲଜ୍ଜାରେ ମୁଣ୍ଡ ନଇଁ ଯାଉଥିଲା ବେଳେ, ଆଜି ପୁଣି ସାମ୍ନାକୁ ଆସିଛି ଦୁଇଟି ଘ୍ରୁଣ୍ୟ ଘଟଣା। ଜଣେ ଜନ୍ମକଲା ବାପା ଓ ଆର ଜଣକ କକା ସୈତାନ୍ ସାଜି ଲୁଟି ନେଇଛନ୍ତି କୁନିଝିଅର ଇଜ୍ଜତ। ପବିତ୍ର ସଂପର୍କର ଏହି ଦୁଇଟି ନାଁକୁ ଆଜି କଳଙ୍କିତ କରି ଦେଇଛନ୍ତି ଦୁଇ ଜହ୍ଲାଦ। ହେଲେ ବିଡ଼ମ୍ବନା ଯେ ମଣିଷ ଖୋଳପା ପିନ୍ଧା ଏହି ଦୁଇ ସୈତାନଙ୍କୁ ସାମ୍ନାକୁ ଆଣିପାରୁନୁ। କାରଣ ସେଇ କୁନି ଝିଅ ଦୁହିଁଙ୍କର ପରିଚୟ ପଦାରେ ପଡ଼ିଯିବାର ଚିନ୍ତା। ଲୋକଲଜ୍ଜାରୁ ଭବିଷ୍ୟତ ଆହୁରି ବିପନ୍ନ ହୋଇଯିବାର ଆଶଙ୍କା।
ଦ୍ୱିତୀୟ ଜହ୍ଲାଦ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅଞ୍ଚଳର। ୮ ବର୍ଷର ଝିଆରୀକୁ କୋଳି ଦେବା ବାହାନାରେ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଛି। ଏନେଇ କାହାକୁ କହିଲେ ମାରିଦେବାକୁ ଧମକ ଦେଇଥିଲା। ଏହା ସତ୍ତ୍ୱେ ନାବାଳିକ ଜଣକ ଘଟଣା ସମ୍ପର୍କରେ ନିଜ ମାଆକୁ କହିଥିଲେ। ନାବାଳିକାଙ୍କ ମାଆଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।
ସେପଟେ ସୁରତ୍ ଲଜ୍ଜା ଘଟଣାରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ନାବାଳିକାଟିର ଏପର୍ଯ୍ୟନ୍ତ ପରିଚୟ ମିଳିପାରିନାହିଁ।  ପ୍ରଥମେ ଝିଅଟି ଓଡ଼ିଶାର ବୋଲି ସନ୍ଦେହ କରାଯାଉଥିଲା ବେଳେ ଆନ୍ଧ୍ରର ଜଣେ ଦମ୍ପତି ଝିଅର ଫଟୋରୁ ତାଙ୍କର ବୋଲି ଭାବି ସୁରଟ ଯାଇଥିଲେ। ହେଲେ ମୃତଦେହ ଦେଖିବା ପରେ ଝିଅଟି ତାଙ୍କର ନୁହେଁ ବୋଲି କହିବାରୁ ପୀଡ଼ିତା ଓଡ଼ିଶା କିମ୍ବା ପଶ୍ଚିମବଙ୍ଗର ହୋଇଥାଇ ପାରନ୍ତି ବୋଲି ପୁଣି ସନ୍ଦେହ କରିଛି ପୋଲିସ୍। ତେଣୁ ଆନ୍ଧ୍ର ଦମ୍ପତିଙ୍କର ଡିଏନ୍ଏ ଟେଷ୍ଟ କରିବାକୁ ପୋଲିସ୍ ଯୋଜନା କରୁଛି।
Ordigital Desk
• Published: Wednesday, 18 April 2018
• Updated: 18 April 2018, 10:15 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos