Advertisment

ପୁଣି ଜଣେ ମହାରଣା ଓ ଜଣେ ଭୋଇ ସେବକ କରୋନା ପଜିଟିଭ୍ ଚିହ୍ନଟ

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ପୁରୀରେ ପୁଣି ଜଣେ ମହାରଣା ଓ ଜଣେ ଭୋଇ ସେବକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ସେମାନେ ରଥକାମ କରୁ ନ ଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି। ଏହାକୁ ମିଶାଇ ୨୦ ଜଣ ମହାରଣା ଓ ଭୋଇ ସେବକ କରୋନା ପଜିଟିଭ୍ ଚିହ୍ନଟ ହେଲେଣି। ଗତକାଲି ୧୦ ଜଣ (୯ ଜଣ ମହାରଣା ଓ ଜଣେ ଭୋଇ ସେବକ) ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତା’ପୂର୍ବ ଦିନ […]

ଅଦ୍ୟତନ ହୋଇଛି
ପୁଣି ଜଣେ ମହାରଣା ଓ ଜଣେ ଭୋଇ ସେବକ କରୋନା ପଜିଟିଭ୍ ଚିହ୍ନଟ

Rathakhala

Advertisment

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ପୁରୀରେ ପୁଣି ଜଣେ ମହାରଣା ଓ ଜଣେ ଭୋଇ ସେବକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ସେମାନେ ରଥକାମ କରୁ ନ ଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି।

Advertisment

ଏହାକୁ ମିଶାଇ ୨୦ ଜଣ ମହାରଣା ଓ ଭୋଇ ସେବକ କରୋନା ପଜିଟିଭ୍ ଚିହ୍ନଟ ହେଲେଣି। ଗତକାଲି ୧୦ ଜଣ (୯ ଜଣ ମହାରଣା ଓ ଜଣେ ଭୋଇ ସେବକ) ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତା’ପୂର୍ବ ଦିନ ୮ ଜଣ (୩ ଜଣ ମହାରଣା ଓ ୫ ଜଣ ଭୋଇ ସେବାୟତ) ପଜିଟିଭ୍ ଚିହ୍ନଟ ହୋଇଥିଲେ।

ଅନ୍ୟପକ୍ଷରେ ରଥଖଳାରୁ କରୋନା ସଂକ୍ରମିତ ଚିହ୍ନଟ ପରେ ଏହାକୁ ବାୟୋ ବବଲ୍ ସୁରକ୍ଷା ବଳୟ ଭିତରେ ରଖାଯାଇଛି। ରଥ ନିର୍ମାଣରେ ନିୟୋଜିତ ସେବାୟତଙ୍କ ବ୍ୟତୀତ ଆଉ କେହି ରଥଖଳା ମଧ୍ୟକୁ ଯାଇପାରିବେ ନାହିଁ।

Advertisment

ସୂଚନା ଅନୁଯାୟୀ, ଏବେ ରଥଖଳାରେ ତୁମ୍ବ ନିର୍ମାଣ କାର୍ଯ୍ୟ ଚାଲିଛି। ମୋଟ ୪୨ଟି ତୁମ୍ବ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହା ଶେଷ ପର୍ଯ୍ୟାୟ ପହଞ୍ଚି ସାରିଛି। ସେହିଭଳି ତୁମ୍ବରେ ବିନ୍ଧ ପାଇଁ ଏବେ ସୂତା ବାଡ଼ିଆ କାର୍ଯ୍ୟ ଚାଲିଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୧୦୮ ଜଣ କରୋନା ପଜିଟିଭ୍ ଚିହ୍ନଟହୋଇଥିବା ବେଳେ ତା’ମଧ୍ୟରେ ପୁରୀ ଜିଲ୍ଲାରୁ ୪୭୩ ଜଣ ଅଛନ୍ତି। ସେହିଭଳି ଜିଲ୍ଲାରେ ଆଉ ୩ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଏଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୯ରେ ପହଞ୍ଚି ଯାଇଛି।

Rathayatra 2021 Covid Positive Puri Sevayat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe