Advertisment

Electrocuted to death: ବାର୍‌ହା ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ୍‌ ଫାଶ, ଚାଲିଗଲା ୨ ଯୁବକଙ୍କ ଜୀବନ

ବାର୍‌ହା ଶିକାର ପାଇଁ କିଏ ବିଦ୍ୟୁତ୍ ଫାଶ ପକାଇଥିଲେ, ତାହା ଜଣାପଡ଼ିନାହିଁ। କିନ୍ତୁ ଗାଈ ଖୋଜିବାକୁ ଯାଇ ସେହି ଫାସରେ ପଡ଼ି ପ୍ରାଣ ହରାଇଛନ୍ତି ଗାହେଲା ମାଣ୍ଡିଙ୍ଗା ଓ କୁମର ମିଣିଆକା।

Mountain

ଏହି ଜଙ୍ଗଲରେ ଘଟିଛି ଅଘଟଣ

Advertisment

ବାର୍‌ହା ଶିକାର ପାଇଁ ବିଛା ଯାଇଥିଲା ଫାଶ। ସେହି ଫାଶରେ ସଂଯୋଗ କରାଯାଇଥିଲା ବିଦ୍ୟୁତ୍‌। ଆଉ ସେହି ବିଦ୍ୟୁତ୍ ସଂଯୁକ୍ତ ଫାଶରେ ପଡ଼ି ଚାଲିଗଲା ଦୁଇ ଜଣ ଯୁବକଙ୍କ ଜୀବନ। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ ପିପଳ ପଦର ପଞ୍ଚାୟତର କେନ୍ଦୁପାଇ ପାହାଡ଼ରେ।

Advertisment

ମୃତ ଦୁଇ ଯୁବକ ହେଉଛନ୍ତି, ଗାହେଲା ମାଣ୍ଡିଙ୍ଗା ଓ କୁମର ମିଣିଆକା। ଗାହେଲାଙ୍କ ଘର କେନ୍ଦୁପାଇରେ ହୋଇଥିବା ବେଳେ କୁମର ମିଣିଆକା ପିପଳପଦର ଗାଁର ବାସିନ୍ଦା ଥିଲେ ବୋଲି ଜଣାପଡ଼ିଛି। 

ବାର୍‌ହା ଶିକାର ପାଇଁ କିଏ ବିଦ୍ୟୁତ୍ ଫାଶ ପକାଇଥିଲେ, ତାହା ଜଣାପଡ଼ିନାହିଁ। କିନ୍ତୁ ଗାଈ ଖୋଜିବାକୁ ଯାଇ ସେହି ଫାସରେ ପଡ଼ି ପ୍ରାଣ ହରାଇଛନ୍ତି ଗାହେଲା ମାଣ୍ଡିଙ୍ଗା ଓ କୁମର ମିଣିଆକା।

Advertisment

ପାହାଡ଼ରେ ବେଶ୍ ସମୟ ପର୍ଯ୍ୟନ୍ତ ମୃତଶରୀର ଦୁଇଟି ପଡ଼ି ରହିଥିଲା। କିନ୍ତୁ ପୁଲିସ୍ ବା ପ୍ରଶାସନ ପକ୍ଷରୁ କେହି ପହଞ୍ଚି ନଥିଲେ। ସେଥିପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ଲକ୍ଷ୍ମୀପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe