ନାବାଳିକା ଦୁଷ୍କର୍ମକାରୀଙ୍କୁ ମିଳିଲା ସଜା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାବାଳିକା ଦୁଷ୍କର୍ମକାରୀଙ୍କ ସଜା ଦିଆଯାଇଛି। ଭୁବନେଶ୍ୱର ଓ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଘଟିଥିବା ଦୁଇଟି ଘଟଣାରେ ପୋକ୍ସୋ କୋର୍ଟ ଆଜି ଦୁଇ ସଇତାନଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି। ୨୦୧୫ ମସିହାରେ ଉମରକୋଟ ଅଞ୍ଚଳରେ ଘଟିଥିବା ଏକ ଦୁଷ୍କର୍ମ ମାମଲାରେ ଆଜି ଏଡିଜେ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ୧୦ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। ଏଥିସହ ଦୋଷୀକୁ ୧୦ ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି। ସେହିପରି ଭୁବନେଶ୍ୱର ଚନ୍ଦକା […]

btg

Rakesh Mallick
  • Published: Monday, 14 May 2018
  • , Updated: 14 May 2018, 07:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାବାଳିକା ଦୁଷ୍କର୍ମକାରୀଙ୍କ ସଜା ଦିଆଯାଇଛି। ଭୁବନେଶ୍ୱର ଓ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଘଟିଥିବା ଦୁଇଟି ଘଟଣାରେ ପୋକ୍ସୋ କୋର୍ଟ ଆଜି ଦୁଇ ସଇତାନଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି।

୨୦୧୫ ମସିହାରେ ଉମରକୋଟ ଅଞ୍ଚଳରେ ଘଟିଥିବା ଏକ ଦୁଷ୍କର୍ମ ମାମଲାରେ ଆଜି ଏଡିଜେ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ୧୦ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। ଏଥିସହ ଦୋଷୀକୁ ୧୦ ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି।

ସେହିପରି ଭୁବନେଶ୍ୱର ଚନ୍ଦକା ଅଞ୍ଚଳରେ ୧୦୧୬ ମସିହାରେ ଘଟିଥିବା ଏକ ଦୁଷ୍କର୍ମ ମାମଲାରେ ମଧ୍ୟ ରାୟ ଆସିଛି। ଭୁବନେଶ୍ୱର ପୋକ୍ସୋ କୋର୍ଟ ଅଭିଯୁକ୍ତ ଗଜେନ୍ଦ୍ର ବକ୍ସିକୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି।

 

Related story