ଜୀବନ ନେଲା ଚୋରାବାଲି, ମହାନଦୀରେ ବୁଡ଼ି ଗଲେ ଦୁଇ ଭାଇ

ପାରାଦୀପ (ରମାକାନ୍ତ ନାୟକ): ମହାନଦୀରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗର ପଥୁରିଆ ଗାଁରେ। ମୃତକ ଦ୍ୱୟ ହେଲେ ଗଣେଶ୍ୱର ସାହୁ ଓ ରାଜେନ୍ଦ୍ର ସାହୁ।  ସେମାନେ ଯୁକ୍ତ ଦୁଇର ଛାତ୍ର ଥିଲେ। ଆଜି ପଥୁରିଆ ଗାଁର ଚାରି ଜଣ ପିଲା ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ଗଣେଶ ଓ ରାଜେନ୍ଦ୍ର ଗାଧୋଉ ଥିବା ବେଳେ ଅନ୍ୟ ଦୁଇ ଜଣ ନଦୀ ପଠାରେ ବସିଥିଲେ। ତେବେ ଗାଧୋଇଲା ବେଳେ […]

Mahanadi

Tapaswini Nayak
  • Published: Thursday, 14 April 2022
  • , Updated: 14 April 2022, 03:38 PM IST

ପାରାଦୀପ (ରମାକାନ୍ତ ନାୟକ): ମହାନଦୀରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗର ପଥୁରିଆ ଗାଁରେ। ମୃତକ ଦ୍ୱୟ ହେଲେ ଗଣେଶ୍ୱର ସାହୁ ଓ ରାଜେନ୍ଦ୍ର ସାହୁ।  ସେମାନେ ଯୁକ୍ତ ଦୁଇର ଛାତ୍ର ଥିଲେ।

ଆଜି ପଥୁରିଆ ଗାଁର ଚାରି ଜଣ ପିଲା ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ଗଣେଶ ଓ ରାଜେନ୍ଦ୍ର ଗାଧୋଉ ଥିବା ବେଳେ ଅନ୍ୟ ଦୁଇ ଜଣ ନଦୀ ପଠାରେ ବସିଥିଲେ। ତେବେ ଗାଧୋଇଲା ବେଳେ ଚୋରାବାଲିରେ ଗଣେଶ ଓ ରାଜେନ୍ଦ୍ରଙ୍କ ଗୋଡ଼ ଖସି ଯାଇଥିଲା। ସେମାନେ ଗଣ୍ଡ ଭିତରକୁ ଖସି ଯାଇଥିଲେ। ଗଣେଶ ଓ ରାଜେନ୍ଦ୍ର ବୁଡ଼ି ଯାଉଥିବା ଦେଖି ଅନ୍ୟ  ଦୁଇ ଜଣ ଏନେଇ ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁ ଲୋକେ ଓ ଅଗ୍ନିଶମ ବାହିନୀ ଆସି ଦୁଇ ଭାଇଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Related story