ପୋଖରୀକୁ ଯାଇ ବୁଡ଼ିଗଲେ ୨ ଭଉଣୀ

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ପୋଖରୀକୁ ଗାଧୋବାକୁ ଯାଇଥିବା ୨ ଭଉଣୀ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ଏପରି ଦୁଃଖଦ ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତୁଳସୀପୁର ଗାଁରେ ଘଟିଯାଇଛି ।  ମୃତା ୨ ଭଉଣୀ ହେଲେ ସୁରେଶ ପାହାନଙ୍କ ୧୦ବର୍ଷର ଝିଅ ପୂଜା ପାହାନ ଅନ୍ୟଜଣେ ୮ ବର୍ଷର ଝିଅ ଖୁସି ପାହାନ । ମିଳିଥିବା ସୂଚନା ଅନଯାୟୀ, ଆଜି ସକାଳେ ୨ ଭଉଣୀ ଗାଧୋଇବାକୁ ନିକଟସ୍ଥ ପୋଖରୀକୁ ଯାଇଥିବା ବେଳେ ଅସାବଧାନତାବଶତଃ ପାଣିରେ ବୁଡ଼ି ଯାଇଥିଲେ। […]

drownn

drownn

Niharika Rout
  • Published: Wednesday, 21 October 2020
  • Updated: 21 October 2020, 01:18 PM IST

Sports

Latest News

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ପୋଖରୀକୁ ଗାଧୋବାକୁ ଯାଇଥିବା ୨ ଭଉଣୀ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ଏପରି ଦୁଃଖଦ ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତୁଳସୀପୁର ଗାଁରେ ଘଟିଯାଇଛି ।  ମୃତା ୨ ଭଉଣୀ ହେଲେ ସୁରେଶ ପାହାନଙ୍କ ୧୦ବର୍ଷର ଝିଅ ପୂଜା ପାହାନ ଅନ୍ୟଜଣେ ୮ ବର୍ଷର ଝିଅ ଖୁସି ପାହାନ ।

ମିଳିଥିବା ସୂଚନା ଅନଯାୟୀ, ଆଜି ସକାଳେ ୨ ଭଉଣୀ ଗାଧୋଇବାକୁ ନିକଟସ୍ଥ ପୋଖରୀକୁ ଯାଇଥିବା ବେଳେ ଅସାବଧାନତାବଶତଃ ପାଣିରେ ବୁଡ଼ି ଯାଇଥିଲେ। ଖବର ପାଇ ପରିବାର ଲୋକ ଓ  ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚି ପାଣି ଭିତରୁ ଖୋଜାଖୋଜି କରି ଉଭୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି l

ଦୁଇ ଭଉଣୀଙ୍କ ମୃତ ଶରୀର ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଥିବା ବେଳେ ପୁଲିସ୍‌ ପହଞ୍ଚି  ଶବ ବ୍ୟବଛେଦ ପାଇଁ ବନ୍ଦୋବସ୍ତ କରୁଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos