ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ୧୨ ଘଣ୍ଟିଆ ଉଦଳା ବନ୍ଦ

ଉଦଳା: ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି ଆଜି ମୟୂରଭଞ୍ଜ ଜିଲ୍ଲା ଉଦଳାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଉଦଳା ବଣିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବଣିକ ସଂଘ ପକ୍ଷରୁ ଉଦଳା ଥାନା ଆଇଆଇସି ଓ ଏସ୍‌ଆଇଙ୍କୁ ବଦଳି କରିବାକୁ ମଧ୍ୟ ଦାବି କରାଯାଇଛି। ଏହି ବନ୍ଦ ଡାକରାରେ ଉଦଳା ଅଟୋସଂଘ, କାର୍ ଓ ବସ୍ ମାଲିକ ସଂଘ ମଧ୍ୟ ସାମିଲ ହୋଇଛି। ଫଳରେ ସହରର ଦୋକାନ ବଜାର ବନ୍ଦ ରହିବା […]

udala-bandh

Rakesh Mallick
  • Published: Monday, 25 April 2016
  • , Updated: 25 April 2016, 06:07 AM IST

ଉଦଳା: ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି ଆଜି ମୟୂରଭଞ୍ଜ ଜିଲ୍ଲା ଉଦଳାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଉଦଳା ବଣିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବଣିକ ସଂଘ ପକ୍ଷରୁ ଉଦଳା ଥାନା ଆଇଆଇସି ଓ ଏସ୍‌ଆଇଙ୍କୁ ବଦଳି କରିବାକୁ ମଧ୍ୟ ଦାବି କରାଯାଇଛି। ଏହି ବନ୍ଦ ଡାକରାରେ ଉଦଳା ଅଟୋସଂଘ, କାର୍ ଓ ବସ୍ ମାଲିକ ସଂଘ ମଧ୍ୟ ସାମିଲ ହୋଇଛି। ଫଳରେ ସହରର ଦୋକାନ ବଜାର ବନ୍ଦ ରହିବା ସହିତ ବସ୍ ଓ ଅନ୍ୟ ଯାନବାହାନ ଚଳାଚଳ ବନ୍ଦ ରହିଛି।  ଆନ୍ଦୋଳନକାରୀମାନେ ଉଦଳା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

ଉଦଳା ବଣିକ ସଂଘର ସଦସ୍ୟ ସୋମନାଥ ସାହୁ କହିଛନ୍ତି,“ଉଦଳାରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ସହରରେ ଚୋରି, ଡକାୟତି, ଛିନ୍‌ତାଇ ଆଦି ବଢ଼ିଯାଇଛି। ଏ ଘଟଣାକୁ ରୋକିବାକୁ ଓ ଦୃର୍ବୃତ୍ତମାନଙ୍କୁ ଧରିବାକୁ ପ୍ରଶାସନ କୌଣସି ପଦକ୍ଷେପ ନେଇ ନାହିଁ। ଏହାକୁ ପ୍ରତିବାଦ କରି ଆମେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛୁ। ଆମ ଦାବି ପୂରଣ ନ ହେଲେ ଆଗକୁ ଜୋରଦାର ଆନ୍ଦୋଳନ ହେବ ଓ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ। ଏଥିପାଇଁ ପ୍ରଶାସନ ଦାୟୀ ରହିବ।”

Related story