ବାରିପଦା, ଥେରୁବାଲି ଓ ପଦମପୁରରୁ ଉଡିବ ବିମାନ

ଭୁବନେଶ୍ୱର(ଓଡ଼ିଶା): ଉଡେ ଦେଶ କା ଆମ ଇନ୍‌ସାନ୍‌ (ଉଡାନ) ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ବାରିପଦା, ଥେରୁବାଲି ଓ ବରଗଡ଼ ଜିଲ୍ଲାର ପଦମପୁରକୁ ସାମିଲ କରାଯାଇଛି। ଏସବୁ ସ୍ଥାନରୁ ବିମାନ ଉଡାଣ ପାଇଁ ଇତିମଧ୍ୟରେ ଭିତ୍ତିଭୂମି ସର୍ବେକ୍ଷଣ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଥିବା ଝାରସୁଗୁଡ଼ା ଓ ରାଉରକେଲାରୁ ଆସନ୍ତା ଜାନୁଆରୀ ୧୫ ସୁଦ୍ଧା ବିମାନ ଉଡାଣ ଆରମ୍ଭ ନେଇ ଏୟାର ଓଡ଼ିଶା ପକ୍ଷରୁ ସମ୍ମତି ମିଳିଛି। ଅନ୍ୟପକ୍ଷରେ ବାରିପଦା ବିମାନ ବନ୍ଦର ପାଇଁ ଜମି ଅଧିଗ୍ରହଣ […]

udan-scheme-baripada

Rakesh Mallick
  • Published: Tuesday, 05 December 2017
  • , Updated: 05 December 2017, 09:08 PM IST

ଭୁବନେଶ୍ୱର(ଓଡ଼ିଶା): ଉଡେ ଦେଶ କା ଆମ ଇନ୍‌ସାନ୍‌ (ଉଡାନ) ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ବାରିପଦା, ଥେରୁବାଲି ଓ ବରଗଡ଼ ଜିଲ୍ଲାର ପଦମପୁରକୁ ସାମିଲ କରାଯାଇଛି। ଏସବୁ ସ୍ଥାନରୁ ବିମାନ ଉଡାଣ ପାଇଁ ଇତିମଧ୍ୟରେ ଭିତ୍ତିଭୂମି ସର୍ବେକ୍ଷଣ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଥିବା ଝାରସୁଗୁଡ଼ା ଓ ରାଉରକେଲାରୁ ଆସନ୍ତା ଜାନୁଆରୀ ୧୫ ସୁଦ୍ଧା ବିମାନ ଉଡାଣ ଆରମ୍ଭ ନେଇ ଏୟାର ଓଡ଼ିଶା ପକ୍ଷରୁ ସମ୍ମତି ମିଳିଛି। ଅନ୍ୟପକ୍ଷରେ ବାରିପଦା ବିମାନ ବନ୍ଦର ପାଇଁ ଜମି ଅଧିଗ୍ରହଣ ସମସ୍ୟା ଦେଖାଦେଇଛି। ତେଣୁ ରାସଗୋବିନ୍ଦପୁରରେ ଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବିମାନ ବନ୍ଦରକୁ ହସ୍ତାନ୍ତର କରିବାକୁ ପ୍ରତିରକ୍ଷା ମନ୍ତ୍ରାଳୟକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି।

Related story