ମହିଳାଙ୍କ ମୁହଁରେ ହସ ଫୁଟେଇଛି ଉଜ୍ଜ୍ୱଳା: ଉମା ଭାରତୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳାଙ୍କ ବିକାଶକୁ ଆଖି ଆଗରେ ରଖି ସରକାର ଅନେକ ଗୁଡ଼ିଏ ଲୋକାଭିମୁଖୀ ଯୋଜନା ଆରମ୍ଭ କରିଛନ୍ତି। ତେବେ ମହିଳାଙ୍କ ଆଖିରୁ ଲୁହ ପୋଛି, ସେମାନଙ୍କ ମୁହଁରେ ହସ ଫୁଟେଇବା ସବୁଠୁ ବଡ଼ ଯୋଜନା ହେଲା ‘ଉଜ୍ଜ୍ୱଳା’। ମୋଦିଙ୍କ ସରକାରଙ୍କ ସମସ୍ତ ଯୋଜନାଠାରୁ ଉଜ୍ଜ୍ୱଳା ୧ ନମ୍ବର ସଫଳତମ ଯୋଜନା ବୋଲି ଓଡ଼ିଶାର ଉଜ୍ଜ୍ୱଳା ହିତାଧିକାରୀ ମହିଳାଙ୍କ ସହ ଆଲୋଚନା ବେଳେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଉମା ଭାରତୀ । ସେ କହିଛନ୍ତି-“୨୦୧୪ରେ ଆମ ସରକାର ଦାୟିତ୍ୱକୁ […]

UJJWALA-HAS-MADE-A-BIG-DIFFRENCE-TO-WOMEN-FOLK-ACROSS-THE-COUNTRY-CLAIM-UNION-MINISTERS

Manoranjan Sial
  • Published: Monday, 11 February 2019
  • , Updated: 11 February 2019, 09:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳାଙ୍କ ବିକାଶକୁ ଆଖି ଆଗରେ ରଖି ସରକାର ଅନେକ ଗୁଡ଼ିଏ ଲୋକାଭିମୁଖୀ ଯୋଜନା ଆରମ୍ଭ କରିଛନ୍ତି। ତେବେ ମହିଳାଙ୍କ ଆଖିରୁ ଲୁହ ପୋଛି, ସେମାନଙ୍କ ମୁହଁରେ ହସ ଫୁଟେଇବା ସବୁଠୁ ବଡ଼ ଯୋଜନା ହେଲା ‘ଉଜ୍ଜ୍ୱଳା’। ମୋଦିଙ୍କ ସରକାରଙ୍କ ସମସ୍ତ ଯୋଜନାଠାରୁ ଉଜ୍ଜ୍ୱଳା ୧ ନମ୍ବର ସଫଳତମ ଯୋଜନା ବୋଲି ଓଡ଼ିଶାର ଉଜ୍ଜ୍ୱଳା ହିତାଧିକାରୀ ମହିଳାଙ୍କ ସହ ଆଲୋଚନା ବେଳେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ।

ସେ କହିଛନ୍ତି-“୨୦୧୪ରେ ଆମ ସରକାର ଦାୟିତ୍ୱକୁ ଆସିବା ପରେ ଆମେ ଦେଶରେ ଅନେକ କିଛି ପରିବର୍ତ୍ତନ କରିଛୁ। ମାତ୍ର ଆଜି ଉଜ୍ଜ୍ୱଳା ଯୋଜନାରେ ଅଧିକ ଲାଭ ଗରିବ ପରିବାରର ମହିଳାମାନେ ପାଇଛନ୍ତି। ସେମାନଙ୍କୁ ଲାଭ ମିଳିଥିବାରୁ ଆଜି ମହିଳାମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏକାଠି ହୋଇଛନ୍ତି।”

ଉମା କହିଛନ୍ତି-“ରୋଷେଇ କରିବା ମହିଳାଙ୍କ ଏକ କଳା ଥିଲା। ପ୍ରଧାନମନ୍ତ୍ରୀ ମୋଦି ନିଜ ମାଆଙ୍କ କଷ୍ଟକୁ ସ୍ମରଣ କରି ଉଜ୍ଜ୍ୱଳା ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଭାରତ ସରକାରଙ୍କ ସବୁଠୁ ସଫଳତମ ଯୋଜନା। ମହିଳାଙ୍କୁ ଏହି ଯୋଜନା କେବଳ ଲାଭ ଦେଇନାହିଁ, ସ୍ୱାବଲମ୍ବୀ କରିପାରିଛି। ମୋଦି ସରକାରଙ୍କ ବିନା ଏହା ସମ୍ଭବ ନଥିଲା। ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ଉଜ୍ଜ୍ୱଳା ପହଞ୍ଚିଛି। ରାଜ୍ୟ ସରକାରଙ୍କ ସହଯୋଗ ମିଳିଥିଲେ, ଆହୁରି ଲାଭ ମିଳିଥାଇ ପାରିଥାନ୍ତା।”

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି-“ଓଡ଼ିଶାର ୩୭ ଲକ୍ଷ ଘରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ପହଞ୍ଚିସାରିଛି। ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପୂର୍ବରୁ ଓଡ଼ିଶାରେ ୧୦୦ ରୁ ୨୦ ଜଣଙ୍କ ଘରେ ଏଲ୍‌ପିଜି ସଂଯୋଗ ନଥିଲା। ମାତ୍ର ଆଜି ଓଡ଼ିଶାର ୭୫ ପ୍ରତିଶତ ଘରେ ଏଲ୍‌ପିଜି ସଂଯୋଗ ହେଲାଣି। ଓଡ଼ିଶାରେ ଗୋଟେ ବି ଗରିବ ଘର ରହିବ ନାହିଁ, ଯାହା ଘରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ପହଞ୍ଚିନଥିବ।”

ଏହି ଅବସରରେ ବିଭିନ୍ନ ଜିଲ୍ଲାର ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀମାନେ ଶ୍ରୀ ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଘସିପୁରାର ଲାଭାର୍ଥୀ ଅନିମାରାଣୀ ରାଉତ ଗୀତ ଗାଇ ଉଜ୍ଜ୍ୱଳା ଯୋଜନାର ପ୍ରଶସ୍ତିଗାନ କରିଥିଲେ।

ଆଜି ଓଡ଼ିଶାର ୩୦ଟି ଜିଲ୍ଲାରେ ଅନୁଷ୍ଠିତ ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ ତୃତୀୟ ସଂସ୍କରଣରେ ନୂଆଦିଲ୍ଲୀରେ ଭିଡିଓ କନ୍‌ଫରେନ୍ସିଙ୍ଗ ଦ୍ୱାରା ୫୦ ହଜାରରୁ ଊର୍ଦ୍ଧ୍ୱ ଲାଭାର୍ଥୀ ମହିଳାମାନଙ୍କ ସହ ଆଲୋଚନା କରଥିଲେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଓ ଧର୍ମେନ୍ଦ୍ର ପ୍ରଧାନ।

ଓଡ଼ିଶାର ହିଞ୍ଜିଳି, ଘସିପୁରା, ବାଲିଶଙ୍କରା, ମାହାଙ୍ଗା ଓ ନବରଙ୍ଗପୁର ଜିଲ୍ଲାର ଝରିଙ୍ଗାର ଉଜ୍ଜ୍ୱଳା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ। ଓଡ଼ିଶାର ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବୁରୁପଡା ଗାଁର ନର୍ମଦା ମହାରଣା, କେନ୍ଦୁଝର ଘସିପୁରାର ବାଲିପାଳର ଅନିମାରାଣୀ ରାଉତ, ସୁନ୍ଦରଗଡ ବାଲିଶଙ୍କରାର କେତକୀ ଦଣ୍ଡସେନା, କଟକ ମାହାଙ୍ଗାର ସୁକାନ୍ତି

ଦାସ, ନୟାଗଡ କଂଚନବିଲିର ଜୟନ୍ତୀ ପାଣିଗ୍ରାହୀ ଓ ନବରଙ୍ଗପୁର ଜିଲ୍ଲା ଝରିଗାଁର ରତାଖଣ୍ଡିଗୁଡାର ସବିତା ସାହୁ ଉଜ୍ଜ୍ୱଳା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ।

Related story