ରାଜ୍ୟରେ ଅଣାୟତ୍ତ ‘କରୋନା’ ମହାମାରୀ: ନେଲାଣି ଆଉ ୫ ମୁଣ୍ଡ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଗୋଟିଏ ଦିନରେ ସର୍ବାଧିକ ୫ ଜଣଙ୍କର ‘କରୋନା’ ମୃତ୍ୟୁ ହୋଇଛି। ସେଥିରୁ ୩ ଗଞ୍ଜାମରୁ ଥିବା ବେଳେ ଆଉ ଦୁଇ ଭୁବନେଶ୍ୱରର। ଆଜିକୁ ମିଶାଇ ‘କରୋନା’ ନେଲାଣି ୩୪ ମୁଣ୍ଡ। ଜୁନ୍‌ରେ ‘କରୋନା’ ୧୯ ଜଣଙ୍କ ଜୀବନ ନେଇଥିବା ବେଳେ ଜୁଲାଇ ମାସର୪ ଦିନ ଭିତରେ ୯ ଜଣଙ୍କ ମୃତ୍ୟୁ ହେଲାଣି। ଠିକ୍‌ ମାସକ ତଳର ସ୍ଥିତି ଦେଖିଲେ ଜୁନ ୪ ତାରିଖରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୬୦୮ ଥିବା ବେଳେ […]

Corona-4

Corona-4

Manoranjan Sial
  • Published: Saturday, 04 July 2020
  • Updated: 04 July 2020, 08:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଗୋଟିଏ ଦିନରେ ସର୍ବାଧିକ ୫ ଜଣଙ୍କର ‘କରୋନା’ ମୃତ୍ୟୁ ହୋଇଛି। ସେଥିରୁ ୩ ଗଞ୍ଜାମରୁ ଥିବା ବେଳେ ଆଉ ଦୁଇ ଭୁବନେଶ୍ୱରର। ଆଜିକୁ ମିଶାଇ ‘କରୋନା’ ନେଲାଣି ୩୪ ମୁଣ୍ଡ। ଜୁନ୍‌ରେ ‘କରୋନା’ ୧୯ ଜଣଙ୍କ ଜୀବନ ନେଇଥିବା ବେଳେ ଜୁଲାଇ ମାସର୪ ଦିନ ଭିତରେ ୯ ଜଣଙ୍କ ମୃତ୍ୟୁ ହେଲାଣି। ଠିକ୍‌ ମାସକ ତଳର ସ୍ଥିତି ଦେଖିଲେ ଜୁନ ୪ ତାରିଖରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୬୦୮ ଥିବା ବେଳେ ମୃତକଙ୍କ ସଂଖ୍ୟା ୮ରେ ସୀମିତ ଥିଲା। ଆଉ ମାସକ ପରେ ଆଜି ଜୁଲାଇ ୪ ତାରିଖରେ ସମୁଦାୟ ୮୬୦୧ ଜଣ ସଂକ୍ରମିତ ହୋଇସାରିଲେଣି। ୩୪ ଜଣ ମୃତ୍ୟୁ ମୁଖରେ ପଡ଼ିଲେଣି। ଅର୍ଥାତ ମାସଟିଏ ଭିତରେ ୫୯୯୩ ଜଣ ସଂକ୍ରମିତ ହେବା ସହ ୨୬ ଜଣ ଜୀବନ ହାରିଲେଣି। କାଲି ସର୍ବାଧିକ ୫୬୧ ସଂକ୍ରମଣର ତଥ୍ୟ ଆସିଥିବା ବେଳେ ଆଜି ୪୯୫ ଆକ୍ରାନ୍ତ ହୋଇଛନ୍ତି। ଜୁଲାଇ ୪ ଦିନ ଭିତରେ ୧୫୩୬ ଜଣଙ୍କୁ ଆକ୍ରାନ୍ତ କରିଛି ଏହି ଭୟଙ୍କର ଭୁତାଣୁ। ସ୍ଥିତି ଅଣାୟତ ହେଉଥିବା ଦେଖି ଆଜି କଟକ ସହରକୁ ୮ ତାରିଖ ମଧ୍ୟରାତ୍ର ଯାଏଁ ଶଟ୍‌ଡାଉନ ଘୋଷଣା କରିଛି ସିଏମସି। ତେବେ ଏହି ସମୟରେ ସକାଳ ୫ରୁ ସଂଧ୍ୟା ୬ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ସିଏମ୍‌ସି ଡେପୁଟି କମିଶନର ଅବିନାଶ ରାଉତ କହିଛନ୍ତି।

ସେପଟେ ହଟ୍‌ସ୍ପଟ୍‌ ୧୩ଟି ଜିଲ୍ଲାର ଲୋକଙ୍କୁ ରାଉରକେଲା ମନା। ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ରାଉରକେଲା ଆସୁଥିବା ବ୍ୟକ୍ତିଙ୍କ ପାଇଁ ୧୪ ଦିନିଆ ସରକାରୀ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ କରାଯାଇଛି। ସେହିପରି ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌)। ଆଜି ଭିସୁଟ୍‌ ୪ ଜଣ ଆକ୍ରାନ୍ତ ଚିହ୍ନଟ ପରେ ଏହି ନିଷ୍ପତ୍ତି ନେଇଛନ୍ତି ଭିସୁଟ କର୍ତ୍ତୃପକ୍ଷ।  ଅନ୍ୟପଟେ ୫୦ରୁ ଅଧିକ ସକ୍ରିୟ ଆକ୍ରାନ୍ତ ଥିବା ଜୋନ ଜିଲ୍ଲା ତାଲିକାରେ ଯୋଡି ହୋଇଛି ଆଉ ୭ ଜିଲ୍ଲା।  ବରଗଡ, ବଲାଙ୍ଗୀର, ପୁରୀ,  କେନ୍ଦ୍ରାପଡା, ରାୟଗଡା, ମଲାକାନାଗିର ଓ କନ୍ଧମାଳରେ ଜୁଲାଇ ୩୧ ପର୍ଯ୍ୟନ୍ତ ସପ୍ତାହର ଶେଷ ଦୁଇଦିନ ଶନି ଓ ରବିବାର ଶର୍ଟଡାଉନ କରିବାକୁ ଜିଲ୍ଲାପ୍ରଶାସନ ନିଷ୍ପତ୍ତି ନେଇଛି।

ରାଜ୍ୟରେ କରୋନାରୁ ସୁସ୍ଥ ହେଲେଣି  ୫୭୦୫ ଜଣ, ୨୮୫୩ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story