ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ଜେଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଅବହେଳା ଅଭିଯୋଗ

ସମ୍ୱଲପୁର (ସଞ୍ଜୟ ଜେନା): ସମ୍ୱଲପୁର ଜିଲ୍ଲା ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରଞ୍ଜିତ ପଟ୍ଟନାୟକ। ଗତ ୫ ତାରିଖରେ ସେ ଜଣେ ସ୍କୁଲ୍‌ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ବରଗଡ଼ ଥାନା ପୁଲିସ୍‌ ପକ୍‌ସୋ ଆକ୍ଟ ବଳରେ ତାଙ୍କୁ ଗିରଫ କରି ଜେଲ୍ ପଠାଇଥିଲା। ତାଙ୍କୁ ବରଗଡ଼ ଜେଲ୍‌ରେ ରଖାଯାଇଥିଲା। ତେବେ ଜେଲ୍‌ରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ୧୧ ତାରିଖରେ […]

Dead

Jitendra Garnayak
  • Published: Monday, 20 May 2019
  • , Updated: 20 May 2019, 09:08 AM IST

ସମ୍ୱଲପୁର (ସଞ୍ଜୟ ଜେନା): ସମ୍ୱଲପୁର ଜିଲ୍ଲା ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରଞ୍ଜିତ ପଟ୍ଟନାୟକ।

ଗତ ୫ ତାରିଖରେ ସେ ଜଣେ ସ୍କୁଲ୍‌ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ବରଗଡ଼ ଥାନା ପୁଲିସ୍‌ ପକ୍‌ସୋ ଆକ୍ଟ ବଳରେ ତାଙ୍କୁ ଗିରଫ କରି ଜେଲ୍ ପଠାଇଥିଲା। ତାଙ୍କୁ ବରଗଡ଼ ଜେଲ୍‌ରେ ରଖାଯାଇଥିଲା। ତେବେ ଜେଲ୍‌ରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ।

[caption id="attachment_382995" align="alignnone" width="750"] ଡାକ୍ତରଖାନାରେ ରଞ୍ଜିତଙ୍କ ମୃତଦେହ[/caption]

୧୧ ତାରିଖରେ ରଞ୍ଜିତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ବରଗଡ଼ ଡାକ୍ତରଖାନାକୁ ନେଇଥିଲେ। ତେବେ ଅବସ୍ଥାରେ ସୁଧାର ନ ଆସିବାରୁ ୧୬ ତାରିଖରେ ତାଙ୍କୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ହୃଦ୍‌ରୋଗ ବିଭାଗରେ ତାଙ୍କର ଚିକିତ୍ସା ଚାଲିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ ଜେଲ୍‌ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ରଞ୍ଜିତଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଠିକ୍‌ ସମୟରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ, ତାଙ୍କର ମୃତ୍ୟୁ ହୋଇ ନଥା’ନ୍ତା ବୋଲି ପରିବାର ଲୋକେ କହିଛନ୍ତି। ଏ ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ଏଥିସହ ସେମାନେ ଜେଲ୍‌ ସୁପରିନ୍‌ଟେଣ୍ଡଣ୍ଟଙ୍କ ବିରୋଧରେ ମାମଲା ରୁଜୁ କରିବେ ବୋଲି କହିଛନ୍ତି।

Related story