ପିଟି ଦେଇ ପଳାଇଲା ଅଜଣାଗାଡ଼ି; କ୍ଷତିପୂରଣ ଦାବିରେ ରାସ୍ତାରୋକ

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଥାନା ଜରାସିଂହା ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାଁ ଜୟନ୍ତ କୁମାର ସାହୁ (୩୧)। ଏ ଘଟଣାକୁ ନେଇ ଆଜି ସକାଳେ ଗ୍ରାମବାସୀମାନେ ରାସ୍ତାରୋକ କରିଥିଲେ। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ସେମାନେ ଦାବି କରିଥିଲେ। ଗ୍ରାମବାସୀ ମୃତଦେହ ରଖି ରାସ୍ତାରୋକ କରିବା ଯୋଗୁ ପ୍ରାୟ ୩ ଘଣ୍ଟା ଧରି ଅନୁଗୋଳ-ଛେଣ୍ଡିପଦା ରାସ୍ତାରେ […]

dead1

Jitendra Garnayak
  • Published: Thursday, 28 March 2019
  • , Updated: 28 March 2019, 12:18 PM IST

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଥାନା ଜରାସିଂହା ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାଁ ଜୟନ୍ତ କୁମାର ସାହୁ (୩୧)।

ଏ ଘଟଣାକୁ ନେଇ ଆଜି ସକାଳେ ଗ୍ରାମବାସୀମାନେ ରାସ୍ତାରୋକ କରିଥିଲେ। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ସେମାନେ ଦାବି କରିଥିଲେ।

ଗ୍ରାମବାସୀ ମୃତଦେହ ରଖି ରାସ୍ତାରୋକ କରିବା ଯୋଗୁ ପ୍ରାୟ ୩ ଘଣ୍ଟା ଧରି ଅନୁଗୋଳ-ଛେଣ୍ଡିପଦା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

ଅନୁଗୋଳ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସକାଳ ପ୍ରାୟ ୯ଟା ବେଳକୁ ରାସ୍ତାରୋକ ହଟିଥିଲା।

Related story