‘ଇସ୍ପାତ ଉତ୍ପାଦନରେ ଭାରତ ଦ୍ୱିତୀୟ ସର୍ବ ବୃହତ୍ତ ଦେଶ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ଇସ୍ପାତ ବ୍ୟବହାରକୁ ବଢାଇବା ପାଇଁ ଉଭୟ ସୁଯୋଗ ଓ ଚ୍ୟାଲେଞ୍ଜକୁ ଚିହ୍ନଟ କରିବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବୁଧବାର ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ୱେବିନାର ‘ଇସ୍ପାତି ଇରାଦା: ନିର୍ମାଣ ଓ ଭିତିଭୂମି କ୍ଷେତ୍ରକୁ ଧ୍ୟାନରେ ରଖି ଇସ୍ପାତ‌୍‍ର ବ୍ୟବହାରକୁ ବଢାଇବା’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି-“ଦେଶର ଅର୍ଥନୀତିକୁ ଆଗକୁ ନେବାରେ ଇସ୍ପାତ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱରେ ସର୍ବାଧିକ ଇସ୍ପାତ […]

dharmendra

dharmendra

Manoranjan Sial
  • Published: Tuesday, 30 June 2020
  • Updated: 30 June 2020, 05:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ଇସ୍ପାତ ବ୍ୟବହାରକୁ ବଢାଇବା ପାଇଁ ଉଭୟ ସୁଯୋଗ ଓ ଚ୍ୟାଲେଞ୍ଜକୁ ଚିହ୍ନଟ କରିବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବୁଧବାର ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ୱେବିନାର ‘ଇସ୍ପାତି ଇରାଦା: ନିର୍ମାଣ ଓ ଭିତିଭୂମି କ୍ଷେତ୍ରକୁ ଧ୍ୟାନରେ ରଖି ଇସ୍ପାତ‌୍‍ର ବ୍ୟବହାରକୁ ବଢାଇବା’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି।

ସେ କହିଛନ୍ତି-“ଦେଶର ଅର୍ଥନୀତିକୁ ଆଗକୁ ନେବାରେ ଇସ୍ପାତ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱରେ ସର୍ବାଧିକ ଇସ୍ପାତ ଉତ୍ପାଦନ କରିବାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ଓ ଉଚ୍ଚ ମାନର ଉତ୍ପାଦ ତିଆରି କରିବାର କ୍ଷମତା ରଖୁଛି। ଭାରତ ରେଳ, ଜାତୀୟ ରାଜପଥ, ବେସାମରିକ ବିମାନ ଚଳାଚଳ, ଉର୍ଜା କ୍ଷେତ୍ରକୁ ମଜବୁତ କରିବା ପାଇଁ ବଡ଼ ପୁଞ୍ଜିନିବେଶ କରୁଛି। ଦେଶର ବିକାଶ ପାଇଁ ଭାରତ ସରକାର ଇସ୍ପାତି ଇରାଦା ଲକ୍ଷ୍ୟରେ କାମ କରୁଛନ୍ତି। ଏହା କେବଳ ଗୋଟିଏ ସ୍ଲୋଗାନ ନୁହେଁ ବରଂ ଦେଶର ଅର୍ଥନୀତି, ଗରିବଙ୍କ ଜୈବନଶୈଳୀ, ପରିବେଶ ସୁରକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ। ଭାରତ ରେଳ, ଜାତୀୟ ରାଜପଥ, ବେସାମରିକ ବିମାନ ଚଳାଚଳ, ଉର୍ଜା କ୍ଷେତ୍ରକୁ ମଜବୁତ କରିବା ପାଇଁ ବଡ଼ ପୁଞ୍ଜିନିବେଶ କରୁଛି। ଯାହା ଦ୍ୱାରା ଦେଶରେ ଇସ୍ପାତ‌୍‍ର ବ୍ୟବହାର ବଢିବ।”

ଏହି ୱେବିନାରରେ କେନ୍ଦ୍ର ରାଷ୍ଟ୍ର ଇସ୍ପାତ ମନ୍ତ୍ରୀ ଫଗନ ସିଂହ କୁଲସ୍ତେ ଯୋଗଦେଇ ଦେଶ ବିଶେଷ ଭାବରେ ଗ୍ରାମାଞ୍ଚଳରେ ଇସ୍ପାତ ବ୍ୟବହାରକୁ ବଢାଇବା ପାଇଁ ଅନେକ ସୁଯୋଗ ରହିଛି। ଇସ୍ପାତର ବ୍ୟବହାର ଗ୍ରାମାଞ୍ଚଳରେ ଜାତୀୟ ହାରାହାରି ତୁଳନାରେ ଏକ ତୃତୀୟାଂଶ ବୋଲି ସେ ମତବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos