‘ହରିଦାଶପୁର-ପାରାଦୀପ ରେଳ ପ୍ରକଳ୍ପ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଲୋକାର୍ପଣ କରାଯାଉ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ପ୍ରତିକ୍ଷୀତ ହରିଦାଶପୁର-ପାରାଦୀପ ମଧ୍ୟରେ ୮୨ କିଲୋମିଟର ରେଳପଥ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଛି। ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକାର୍ପଣ କରିବାକୁ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିସହ ଏହି ରେଳପଥରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ତୁରନ୍ତ ଆରମ୍ଭ କରିବାକୁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ରେଳ ମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ଚିଠିରେ […]

pyosh

pyosh

Manoranjan Sial
  • Published: Wednesday, 29 July 2020
  • Updated: 29 July 2020, 11:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ପ୍ରତିକ୍ଷୀତ ହରିଦାଶପୁର-ପାରାଦୀପ ମଧ୍ୟରେ ୮୨ କିଲୋମିଟର ରେଳପଥ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଛି। ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକାର୍ପଣ କରିବାକୁ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିସହ ଏହି ରେଳପଥରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ତୁରନ୍ତ ଆରମ୍ଭ କରିବାକୁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ରେଳ ମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ ଚିଠିରେ ଲେଖିଛନ୍ତି-“ବିଗତ ବର୍ଷମାନଙ୍କରେ ଅନେକ ଜନପ୍ରତିନିଧି ଓ ସାଂସଦ ଏହି ପ୍ରକଳ୍ପ ପାଇଁ ନିଜର ଇଚ୍ଛା ଦେଖାଇବା ସହ ତାଙ୍କ ଉପସ୍ଥିତିରେ ପ୍ରକଳ୍ପର ଶୀଘ୍ର ସମାପ୍ତ ପାଇଁ ରେଳ ମନ୍ତ୍ରଣାଳୟକୁ ଅପିଲ୍‌ କରିଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରେ ପୂର୍ବବର୍ତ୍ତୀ ସରକାର ସମୟରେ ଥିବା ସମସ୍ତ ବାଧାବିଘ୍ନକୁ ଦୂର କରି ଏହାକୁ ସର୍ବାଧିକ ଗୁରୁତ୍ୱ ଦେଲେ। ପ୍ରଗତି ପ୍ରକଳ୍ପରେ ଏହାକୁ ସାମିଲ କରି ଖୋଦ୍‌ ନିଜେ ଏହାର ଅଗ୍ରଗତିର ନିୟମିତ ବ୍ୟବଧାନରେ ସମୀକ୍ଷା କଲେ। ଯେଉଁଥିପାଇଁ ପ୍ରକଳ୍ପ କାମ ତ୍ୱରାନ୍ୱିତ ହେଲା।”

ସେ ଆହୁରି କହିଛନ୍ତି-“ଏହି ପ୍ରକଳ୍ପ ପାଇଁ ଥିବା ଜମି ଅଧିଗ୍ରହଣ ଓ ଆଇନ୍‌ ଶୃଙ୍ଖଳା ମାମଲାରେ ଓଡ଼ିଶା ସରକାର ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ୮୨ କିମିର ଏହି ପ୍ରକଳ୍ପ ରାଜ୍ୟର ଆର୍ଥିକ ପ୍ରଗତିକୁ ତ୍ୱରାନ୍ୱିତ କରିବ। ଦୈତାରୀ-ବାଂଶପାଣୀ ଖଣି ଅଞ୍ଚଳ ସହ ପାରାଦୀପର ଦୂରତ୍ୱକୁ ଏହି ରେଳପଥ ଅଧା କମାଇ ଦେବ। ପ୍ରମୁଖ ଖଣିଜ ଅଞ୍ଚଳ ଯାଜପୁର ଓ କେନ୍ଦୁଝର ସହ ମୁଖ୍ୟ ସଂଯୋଗ ପଥ ହେବା ସହ ଦେଶର ପ୍ରମୁଖ ଇସ୍ପାତ ଉତ୍ପାଦନର ପେଣ୍ଠସ୍ଥଳି କଳିଙ୍ଗନଗର ସହ ବଡ଼ ଭୂମିକାରେ ସଂଯୋଗ ସୃଷ୍ଟି କରିବ।”

ଶ୍ରୀ ପ୍ରଧାନ ପତ୍ରରେ ଆହୁରି ଉଲ୍ଲେଖ କରିଛନ୍ତି-“୧୯୯୯ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ କରକମଳରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ପଡ଼ିଥିଲା। ଏହି ପ୍ରକଳ୍ପ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାବାସୀଙ୍କ ସ୍ୱପ୍ନ ପୂରଣ କରିବା ସହିତ ଆର୍ଥିକ ପ୍ରଗତି ପାଇଁ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ସ୍ୱପ୍ନକୁ ସାକାର କରି ଡାଉନଷ୍ଟ୍ରିମ୍‌ ଶିଳ୍ପ ମାଧ୍ୟମରେ ଓଡ଼ିଶା ଓ ପୂର୍ବ ଭାରତର ବିକାଶ ଦିଗରେ ବଡ଼ ସୁଯୋଗ ସୃଷ୍ଟି କରିବ। ପ୍ରଧାନମନ୍ତ୍ରୀଙ୍କ ଉର୍ଜା ଗଙ୍ଗା ପ୍ରାକୃତିକ ଗ୍ୟାସ୍‌ ପାଇପ୍‌ଲାଇନ, ଇଣ୍ଡିଆନ୍‌ ଅଏଲ ବିଶୋଧନାଗାରର ସଂପ୍ରସାରଣ ଓ ପେଟ୍ରୋକେମିକାଲ୍‌ କମ୍ପେକ୍ସ, ପାରାଦୀପ ପ୍ଲାଷ୍ଟିକ୍‌ ପାର୍କ ପରି ବିଭିନ୍ନ ପ୍ରକଳ୍ପ ସାହାଯ୍ୟରେ ପୂର୍ବ ଭାରତର ବ୍ଲୁ ଇକୋନୋମୀର ପ୍ରାଣକେନ୍ଦ୍ର ହେବାକୁ ଯାଉଥିବା ବନ୍ଦର ସ୍ମାର୍ଟସିଟି ପାରାଦୀପକୁ ବିକଶିତ କରାଯାଉଛି। ଆଗାମୀ ବର୍ଷରେ ଉର୍ଜା ଓ ମାଲ୍‌ ପରିବହନ କ୍ଷେତ୍ରରେ ଏହି ରେଳ ଲାଇନ ପାରାଦୀପ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ସହ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ପୂରଣ କରିବା ଦିଗରେ ସହାୟକ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story