ସ୍ଥାନାନ୍ତର ହେବ ୟୁନିଟ୍‌-୧ ପରିବା ମାର୍କେଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ଥାନାନ୍ତର ହେବ ରାଜଧାନୀ ଭୁବନେଶ୍ୱର ସ୍ଥିତ ୟୁନିଟ-୧ ପରିବା ହୋଲ୍‌ସେଲ୍‌ ମାର୍କେଟ। ସହର ଉପକଣ୍ଠ ଭଗବାନପୁରକୁ ଏହା ସ୍ଥାନାନ୍ତରିତ ହେବ। ଏଥିପାଇଁ ସେଠାରେ ୧୦ ଏକର ଜମି ଚିହ୍ନଟ କରାଯାଇଛି। ପରିବା ହୋଲ୍‌ସେଲ୍ ମାର୍କେଟ୍ ପାଇଁ ସେଠାରେ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବାକୁ ସୁବିଧା ଥିବାରୁ ତଥା ସହର ଭିତରୁ ଗହଳି କମାଇ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ବିଏମ୍‌ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଆଜି ବିଏମ୍‌ସିର ଏକ […]

Veg market

Jitendra Garnayak
  • Published: Thursday, 10 February 2022
  • , Updated: 10 February 2022, 03:32 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ଥାନାନ୍ତର ହେବ ରାଜଧାନୀ ଭୁବନେଶ୍ୱର ସ୍ଥିତ ୟୁନିଟ-୧ ପରିବା ହୋଲ୍‌ସେଲ୍‌ ମାର୍କେଟ। ସହର ଉପକଣ୍ଠ ଭଗବାନପୁରକୁ ଏହା ସ୍ଥାନାନ୍ତରିତ ହେବ। ଏଥିପାଇଁ ସେଠାରେ ୧୦ ଏକର ଜମି ଚିହ୍ନଟ କରାଯାଇଛି। ପରିବା ହୋଲ୍‌ସେଲ୍ ମାର୍କେଟ୍ ପାଇଁ ସେଠାରେ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବାକୁ ସୁବିଧା ଥିବାରୁ ତଥା ସହର ଭିତରୁ ଗହଳି କମାଇ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ବିଏମ୍‌ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଆଜି ବିଏମ୍‌ସିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ବସିଥିଲା।

ମାର୍କେଟ୍ ସ୍ଥାନାନ୍ତର ନିଷ୍ପତ୍ତିକୁ ସ୍ୱାଗତ କରିଛି ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘ। ୧୯୫୭ ମସିହାରୁ ୟୁନିଟ-୧ରେ ୪ ଏକର ଜାଗା ଉପରେ ଅଛି ପରିବା ହୋଲ୍‌ସେଲ୍‌ ମାର୍କେଟ। ଏବେ ଏଠାରେ ୪୯ ଜଣ ପରିବା ହୋଲ୍‌ସେଲ୍‌ ବ୍ୟବସାୟୀ ଅଛନ୍ତି। ପ୍ରତିଦିନ ଏଠାକୁ ୨୦୦ ଟ୍ରକ ଯିବା ଆସିବା କରୁଛି। ତେବେ ଏଠାରେ ସ୍ଥାନ ଅଭାବରୁ ପରିବା ହୋଲସେଲ ମାର୍କେଟକୁ ସ୍ଥାନାନ୍ତର କରିବା ଲାଗି ୨୦୦୭ରୁ ଦାବି କରି ଆସୁଥିଲା ସଂଘ।

ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘର ସଭାପତି କବିରାଜ ସ୍ୱାଇଁ କହିଛନ୍ତି, ନୂଆ ମାର୍କେଟରେ ୪୯ ଜଣ ବ୍ୟବସାୟୀଙ୍କ ପାଇଁ ଗୋଦାମ ଘର ବ୍ୟବସ୍ଥା କରାଯିବା ଦରକାର। ଏହାସହ ପାଣି, ବିଜୁଳି ଓ ସଡ଼କ ଭଳି ଅନ୍ୟ ଆନୁଷଙ୍ଗିକ ସୁବିଧା କଲେ ପରିବା ହୋଲସେଲ ବ୍ୟବସାୟୀ ସେଠାକୁ ସ୍ଥାନାନ୍ତର ହେବେ।

Related story