ଟିପରରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ନାରାୟଣପାଟଣା(ପି.ଗୋବିନ୍ଦ ରାଜୁ ସୁବୁଦ୍ଧି): କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଅର୍ନ୍ତଗତ ଟିକରପଡ଼ା ଗାଁ ନିକଟରେ ଏକ ଟିପରକୁ ଦୁର୍ବୃତ୍ତମାନେ ପୋଡ଼ି ଦେଇଛନ୍ତି।  ଗତକାଲି ରାତି ପ୍ରାୟ ୧୦.୩୦ ମିନିଟ୍‌ ସମୟରେ ଆନ୍ଧ୍ରରୁ ମେଟାଲ ଧରି ଟିପରଟି ଟିକରପଡ଼ା ଅଞ୍ଚଳକୁ ଆସିଥିଲା। ତେବେ ମେଟାଲ ଅନ୍‌ଲୋଡ୍‌ କରି ଫେରୁଥିବା ବେଳେ ପ୍ରାୟ ୧୦ ଜଣ ଦୁର୍ବୃତ୍ତ ଟିପର ଡ୍ରାଇଭର ଶଙ୍କର ରାଓଙ୍କୁ ଓହ୍ଲାଇ ଏଥିରେ ନିଆଁ ଲଗାଇ ଦେଇଥିଲେ। ଦୁର୍ବୃତ୍ତମାନେ ମୁଖା ପିନ୍ଧିବା ସହ ବିଭିନ୍ନ ମାରଣାସ୍ତ୍ର ଧରିଥିବା […]

truck

Rakesh Mallick
  • Published: Sunday, 20 May 2018
  • , Updated: 20 May 2018, 02:37 PM IST

ନାରାୟଣପାଟଣା(ପି.ଗୋବିନ୍ଦ ରାଜୁ ସୁବୁଦ୍ଧି): କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଅର୍ନ୍ତଗତ ଟିକରପଡ଼ା ଗାଁ ନିକଟରେ ଏକ ଟିପରକୁ ଦୁର୍ବୃତ୍ତମାନେ ପୋଡ଼ି ଦେଇଛନ୍ତି।  ଗତକାଲି ରାତି ପ୍ରାୟ ୧୦.୩୦ ମିନିଟ୍‌ ସମୟରେ ଆନ୍ଧ୍ରରୁ ମେଟାଲ ଧରି ଟିପରଟି ଟିକରପଡ଼ା ଅଞ୍ଚଳକୁ ଆସିଥିଲା। ତେବେ ମେଟାଲ ଅନ୍‌ଲୋଡ୍‌ କରି ଫେରୁଥିବା ବେଳେ ପ୍ରାୟ ୧୦ ଜଣ ଦୁର୍ବୃତ୍ତ ଟିପର ଡ୍ରାଇଭର ଶଙ୍କର ରାଓଙ୍କୁ ଓହ୍ଲାଇ ଏଥିରେ ନିଆଁ ଲଗାଇ ଦେଇଥିଲେ।

ଦୁର୍ବୃତ୍ତମାନେ ମୁଖା ପିନ୍ଧିବା ସହ ବିଭିନ୍ନ ମାରଣାସ୍ତ୍ର ଧରିଥିବା ଗାଡି ଡ୍ରାଇଭର କହିଛି। ଏହି ଅଞ୍ଚଳରେ ମାଓବାଦୀଙ୍କ ପ୍ରଭାବ ଥିବାରୁ ଟିପର ପୋଡ଼ିରେ ସେମାନଙ୍କ ହାତ ଥିବା ସନ୍ଦେହ କରାଯାଉଛି।  ତେବେ କାହିଁକି ଦୁର୍ବୃତ୍ତମାନେ ଟିପରରେ ନିଆଁ ଲଗାଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

Related story